ETV Bharat / state

‘SIT ନାଟକ କରୁଛି, CBI ଆସିଲେ ସବୁ ସତ ଧରାପଡିବ’

author img

By

Published : Feb 18, 2021, 10:02 PM IST

ଯଦୁପୁର ନାବାଳିକା ହତ୍ୟା ଘଟଣା, ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପା
ଯଦୁପୁର ନାବାଳିକା ହତ୍ୟା ଘଟଣା, ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପା

ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତର ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପାମା’ । ହତ୍ୟା କରିଥିବା ନେଇ ନିଜେ ମାନିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ....

ନୟାଗଡ: ଯଦୁପୁର ନାବାଳିକା ହତ୍ୟା ଘଟଣା । ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପା ମା’ । ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ନାବାଳିକାଙ୍କ ବାପାମା ଖଣ୍ଡନ କରିଛନ୍ତି ।

ଯଦୁପୁର ନାବାଳିକା ହତ୍ୟା ଘଟଣା, ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପା

ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦିନ ଏହି ଭିଡ଼ିଓଟି ଉତ୍ତୋଳନ କରାଯାଇଥିବା କୁହାଯାଉଛି l ଏ ସମ୍ପର୍କରେ ମୃତ ନାବାଳିକାଙ୍କ ବାପା ଅଶୋକ ସାହୁ କହିଛନ୍ତି ଯେ, ଅଭିଯୁକ୍ତକୁ ଏସଆଇଟି ମାଡ଼ ମାରି ଏପରି କୁହାଇଛନ୍ତି l ଏସଆଇଟି ଲୋକଙ୍କୁ ଦେଖାଇବାକୁ ଚାଁହୁଛି ଯେ ସେ ପ୍ରକୃତ ଦୋଷୀ l କିନ୍ତୁ ସେ ନୁହେଁ । ଏସଆଇଟି ଗୋଟେ ନାଟକ ବାଜି ଚଲାଇଛି l ସିବିଆଇ ଆସିଲେ ସବୁ ସତ ଧରାପଡ଼ିବ l ଏହା ସହ 3 ସାକ୍ଷୀଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.