ETV Bharat / state

କାଳ ହେଲା ପରକୀୟା ପ୍ରୀତି: ସାଇକେଲ ଚେନରେ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା

author img

By

Published : Nov 3, 2020, 7:09 PM IST

Updated : Nov 3, 2020, 7:36 PM IST

ପରକିୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ
ପରକିୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ନୟାଗଡରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି ସ୍ବାମୀ । ଅଧିକ ପଢନ୍ତୁ...

ନୟାଗଡ: ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଏପରି ଏକ ଅଭାବନୀୟ ଘଟଣା ନୟାଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଦେଖିବାକୁ ମିଳିଛି ।

କାଳ ହେଲା ପରକୀୟା ପ୍ରୀତି

ଗ୍ରାମର ସନ୍ତୋଷ ବେହେରା ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ବେହେରାଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଗୀତାଞ୍ଜଳି ତାଙ୍କ ସ୍ବାମୀଙ୍କୁ ଛାଡି ସ୍ବାମୀଙ୍କ ସାଙ୍ଗ ଅଟୋ ଚାଳକଙ୍କ ସହ ପଳାଇଥିଲେ । ଏନେଇ ସନ୍ତୋଷ ଜାଣିବା ପରେ କୌଶଳକ୍ରମେ ଗୀତାଞ୍ଜଳିଙ୍କୁ ଘରକୁ ଡକାଇଥିଲେ । ଗୀତାଞ୍ଜଳି ଘରକୁ ଆସିବା ପରେ ସନ୍ତୋଷ ସାଇକେଲ ଚେନରେ ଗୀତାଞ୍ଜଳିଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି ।

ତେବେ ପୂର୍ବରୁ ଗୀତାଞ୍ଜଳିଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ତାଙ୍କର ଜଣେ 13 ବର୍ଷର ପୁଅ ଅଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସନ୍ତୋଷକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Nov 3, 2020, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.