ETV Bharat / state

ସଇତାନ ସ୍ବାମୀ, ସ୍ତ୍ରୀକୁ ପନିକିରେ ହାଣି ଦେଲା

author img

By

Published : Dec 4, 2021, 5:27 PM IST

ସ୍ତ୍ରୀକୁ ପନିକିରେ ନିର୍ମମ ହତ୍ୟା କଲା ସ୍ୱାମୀ
ସ୍ତ୍ରୀକୁ ପନିକିରେ ନିର୍ମମ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କଲା ସ୍ୱାମୀ l ପାରିବାରିକ କଳହର କରୁଣ ପରିଣତି ଯୋଗୁଁ ଏପରି କାଣ୍ଡ ଘଟିଛି । ଅଧିକ ପଢନ୍ତୁ

ନୟାଗଡ଼: ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କଲା ସ୍ୱାମୀ l ପାରିବାରିକ କଳହର କରୁଣ ପରିଣତି ଯୋଗୁଁ ଏପରି କାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ତ୍ରୀକୁ ପନିକିରେ ନିର୍ମମ ହତ୍ୟା କଲା ସ୍ୱାମୀ

ସୂଚନା ଅନୁସାରେ, ବାଇଗୁଣିଆ ଗାଁର ବସନ୍ତ ଶେଣ ଓ ସ୍ତ୍ରୀ ଉଲା ଶେଷଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ହେଲେ ସ୍ବାମୀ ମଦ୍ୟପାନ କରି ଆଜି ଘରକୁ ଫେରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଆଜି (ଶନିବାର) ସକାଳେ ପନିକିରେ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଥିଲେ ସ୍ବାମୀ । ଏହାକୁ ଦେଖି ସ୍ଥାନୀୟ ଲୋକେ ଫତେଗଡ଼ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଅଭିଯୁକ୍ତ ସ୍ୱାମୀ ବସନ୍ତ ଶେଣକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.