ETV Bharat / state

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Feb 20, 2021, 1:03 PM IST

ଗଛରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ନୟାଗଡ଼ ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ଗୁପ୍ତପଲ୍ଲୀ ଗାଁ ନିକଟ ଏକ ଗଛ ଡାଳରେ ରଶିରେ ଝୁଲୁଥିବା ଅବସ୍ଥାରେ ମିଳିଛି ମୃତଦେହ ।

ଗଛରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଗଛରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନୟାଗଡ: ଗଛରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ନୟାଗଡ଼ ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ଗୁପ୍ତପଲ୍ଲୀ ଗାଁ ନିକଟ ଏକ ଗଛ ଡାଳରେ ରଶିରେ ଝୁଲୁଥିବା ଅବସ୍ଥାରେ ମିଳିଛି ମୃତଦେହ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଗଛରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ତେବେ ପାରିପାର୍ଶ୍ବିକ ଅବସ୍ଥା ଏବଂ ମୃତଦେହଟି ମାଟି ସ୍ପର୍ଶ କରୁଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.