ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ସମ୍ପର୍କୀୟ ଜେଜେବାପା

author img

By

Published : Oct 27, 2022, 5:15 PM IST

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି ସମ୍ପର୍କୀୟ ଜେଜେବାପା । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଅଧିକ ପଢନ୍ତୁ

ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ସମ୍ପର୍କୀୟ ଜେଜେବାପା
ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ସମ୍ପର୍କୀୟ ଜେଜେବାପା

ନୟାଗଡ: ପୁଣି ସମ୍ପର୍କରେ କଳା ଦାଗ । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପର୍କୀୟ ଜେଜେବାପା । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ ହେଉଛି । ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ ଦଶହରାଠାରୁ ଦୀପାବଳି ମଧ୍ୟରେ ୪ ଥର ଦୁଷ୍କର୍ମର ଶିକାର ହେବାପରେ ନାବାଳିକା ଜଣକ ନିଜ ଜେଜେମାଆ ଆଗରେ ଅତ୍ୟାଚାର ସମ୍ପର୍କରେ କହିଥିଲେ l ନାବାଳିକା ଠାରୁ ସମସ୍ତ ଘଟଣା ଶୁଣିବା ପରେ ଗଣିଆ ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିଥିଲେ ପରିବାର ।

ଏହା ବି ପଢନ୍ତୁ...ହବିଷ୍ୟାଳୀ ଗାଇଲେ ନବୀନ ଭଜନ, ନିନ୍ଦା କଲା ବିଜେପି

ଗଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । କିଭଳି ଓ କେଉଁ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ତାହାର ଖୋଳତାଡ କରିଥିଲା ପୋଲିସ । ଶେଷରେ ସମ୍ପର୍କୀୟ ଜେଜେବାପା ରବୀନ୍ଦ୍ର ବେହେରାଙ୍କୁ ଶେଷରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ରବୀନ୍ଦ୍ରଙ୍କ ଘର ଗଣିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି । ନାବାଳିକାଙ୍କ ଡାକ୍ତରୀମାଇନା କରାଯିବା ପରେ ମ୍ୟାଜିଷ୍ଟ୍ରେଟ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରିଛି ପୋଲିସ । ସୂଚନା ଅନୁସାରେ, ଗତ କିଛି ଦିନ ତଳେ ନାବାଳିକା ଜଣକ ଘର ସମ୍ମୁଖ ରାସ୍ତାରେ ଖେଳୁଥିଲେ ।

ଏହି ସମୟରେ ସମ୍ପର୍କୀୟ ଜେଜେବାପା ତାଙ୍କୁ ଡାକିଥିଲେ l ପରେ ରବୀନ୍ଦ୍ର ନିଜ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ନାବାଳିକା ଜଣକ ପରିବାରକୁ କହିଥିଲେ l ପରିବାର ଲୋକେ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ l ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.