ETV Bharat / state

Panchayat Poll: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ମତଦାନ

author img

By

Published : Feb 22, 2022, 8:57 PM IST

ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ । ଏଥିପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Panchayat Poll: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ମତଦାନ
Panchayat Poll: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ନୟାଗଡ଼: ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ । ଏଥିପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ସେହିପରି 4 ରାଜନୈତିକ ଦଳ ବିଜେପି, କଂଗ୍ରେସ, ବିଜେଡି ଏବଂ ସିପିଆଇଏମର ଭାଗ୍ୟ ପରୀକ୍ଷା ହେବ ।

ତେବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ ନିର୍ବାଚନ ସକାଳ 7 ଟାରୁ ଦିନ 1ଟା ପର୍ଯ୍ୟନ୍ତ ଚାଲିଥିଲା । ଦଶପଲ୍ଲା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଞ୍ଚାୟତ, ୨୭୬ ଓାର୍ଡ ମେମ୍ବର ପାଇଁ ୬୭ହଜାର ୩୫୪ ଜଣ ଭୋଟର ଭୋଟ ଦେଇଛନ୍ତି । ସେହିପରି ଗଣିଆ ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌, ୮ଟି ପଞ୍ଚାୟତ ଓ ୧୧୯ ଓାର୍ଡମେମ୍ବର ପ୍ରାର୍ଥୀଙ୍କ ଲାଗି ୩୧ ହଜାର ୧ଶହ ୬୯ ଜଣ ଏବଂ ନୂଆଗାଁ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନରେ ୨୨ଟି ପଞ୍ଚାୟତ ସହ ୩ଶହ ୪୩ଟି ଓାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ୭୭ ହଜାର ୧ଶହ ୭୫ଜଣ ଭୋଟର ମତଦାନ ଦେଇଛନ୍ତି ।

ଅନ୍ଯପଟେ ବିଜେଡି ଗଡ଼ ଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପରିଚିତ । ଏହି ଗଡ଼କୁ ହାତେଇବାକୁ ବିଜେପି ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଛି । ଭୋଟର ଭଗବାନ କାହାକୁ ଆଶୀର୍ବାଦ ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.