ETV Bharat / state

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଫଳାଫଳକୁ ଅପେକ୍ଷା

author img

By

Published : Feb 24, 2022, 10:33 PM IST

ସରିଲା ନୟାଗଡରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ଖଣ୍ଡପଡା ଏବଂ ଭାପୁର ବ୍ଲକ ଅଧୀନରେ ଥିବା ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ପାଇଁ ପଡିଛି ଭୋଟ । ଅଧିକ ପଢନ୍ତୁ

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଫଳାଫଳକୁ ଅପେକ୍ଷା
ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଫଳାଫଳକୁ ଅପେକ୍ଷା

ନୟାଗଡ଼: ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି l ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଖଣ୍ଡପଡା ଏବଂ ଭାପୁର ବ୍ଲକ ଅଧୀନରେ ଥିବା ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ପାଇଁ ନିର୍ବାଚନ ସରିଛି l

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଫଳାଫଳକୁ ଅପେକ୍ଷା

ମୋଟ 6 ଟି ଜିଲ୍ଲା ପରିଷଦ ଏବଂ 42ଟି ପଞ୍ଚାୟତରେ 1 ଲକ୍ଷ 76 ହଜାର 546 ଜଣ ଭୋଟର ମତଦାନ କରିଛନ୍ତି l ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ପ୍ରାୟ 408ଟି ବୁଥରେ ଭୋଟର ମତ ସାବ୍ୟସ୍ତ କରିଥିଲେ l ସେଥିମଧ୍ୟରୁ 68ଟି ଅତି ଉତ୍ତେଜନା ପ୍ରବଣ ବୁଥ ରହିଥିଲା l ଶାନ୍ତି ଶୃଙ୍ଖଳା ପାଇଁ 22ଟି ମୋବାଇଲ ଦଳ ଏବଂ 5 ଡ଼ିଏସପିଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ତେବେ ଆଜି ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.