ETV Bharat / state

ନୟାଗଡ ମ୍ୟୁନିସିପାଲିଟିରେ ହେଲା ଜବର ଦଖଲ ଉଚ୍ଛେଦ

author img

By

Published : Jan 25, 2021, 6:28 PM IST

ନୟାଗଡ ମ୍ୟୁନିସିପାଲିଟିରେ ଜବର ଦଖଲ ଉଛେଦ
ନୟାଗଡ ମ୍ୟୁନିସିପାଲିଟିରେ ଜବର ଦଖଲ ଉଛେଦ

ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ 6 ନମ୍ବର ୱାର୍ଡରେ ହେଲା ଜବରଦଖଲ ଉଚ୍ଛେଦ । ସରକାରୀ ଜମିରେ ବେଆଇନ ଭାବରେ 21ଜଣ ହିତାଧିକାରୀ ଘର କରିଥିଲେ l ଅଧିକ ପଢନ୍ତୁ...

ନୟାଗଡ଼: ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ 6 ନମ୍ବର ୱାର୍ଡରେ ହେଲା ଜବରଦଖଲ ଉଚ୍ଛେଦ । ସରକାରୀ ଜମିରେ ବେଆଇନ ଭାବରେ 21ଜଣ ହିତାଧିକାରୀ ଘର କରିଥିଲେ l ମ୍ୟୁନିସିପାଲିଟି ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲା । ଆଜି(ସୋମବାର) ଜେସିବି ମାଧ୍ୟମରେ ଘର ଭଙ୍ଗା କାମ ଚାଲିଛି ।

ନୟାଗଡ ମ୍ୟୁନିସିପାଲିଟିରେ ଜବର ଦଖଲ ଉଛେଦ

ପୂର୍ବରୁ ନୋଟିସକୁ ନେଇ ହିତାଧିକାରୀ ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜାଗା ମିଶନ ଅନ୍ତର୍ଭୁକ୍ତ ହେବା ପାଇଁ ଦାବି କରିଥିଲେ । ହିତାଧିକାରୀ ମାନେ କହିଛନ୍ତି ମ୍ୟୁନିସିପାଲିଟି ଠାରୁ NOC ଆଣି ଘର କରିଛନ୍ତି । ସେମାନେ ଗରିବ ଓ ଭୂମିହୀନ, ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ନୟାଗଡ ବିଧାୟକ ଓ ବର୍ତ୍ତମାନର କୃଷିମନ୍ତ୍ରୀଙ୍କୁ ଜଣାଇଛନ୍ତି । କେହି ତାଙ୍କ କଥା ଶୁଣିଲେ ନାହିଁ ତେଣୁ ଯେ ପର୍ଯ୍ୟନ୍ତ ତାଙ୍କୁ ଜମି ମିଳିନାହିଁ ସେ ପର୍ଯ୍ୟନ୍ତ ଭଙ୍ଗା ଘରେ ରହିବେ ବୋଲି ସେମାନେ କହିଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.