ETV Bharat / state

ପରୀ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

author img

By

Published : Nov 26, 2020, 10:57 PM IST

ପରୀ ହତ୍ୟାକାଣ୍ଡ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
ପରୀ ହତ୍ୟାକାଣ୍ଡ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ନୟାଗଡ଼ ଯଦୁପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଏକ ଟିମ ପରୀ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ କରିଛି ।

ନୟାଗଡ: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ଏନେଇ ଆଜି (ଗୁରୁବାର) ନୟାଗଡ଼ ଯଦୁପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି (ବୁଧବାର) ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘୋଷଣା ପରେ ପରୀର ଗାଁ ନୟାଗଡ ଯଦୁପୁରରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପହଞ୍ଚିଛି l ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଯୋଗିଆପଲ୍ଲୀ ଗ୍ରାମକୁ ଯାଇ ମଧ୍ୟ ତଦନ୍ତ କରିଥିବା ସୂଚନା ମିଳିଛି l

ତେବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପରୀ ପରିବାର ସନ୍ତୁଷ୍ଟ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣା କେବେ ପର୍ଦ୍ଦାଫାଶ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.