ETV Bharat / state

କୋଭିଡ଼ ନିୟମର ଧଜିଆ ଉଡ଼ାଇଲେ ଲୋକେ: ଟିକା ପାଇଁ ପ୍ରବଳ ଭିଡ଼

author img

By

Published : May 9, 2021, 8:00 AM IST

କୋଭିଡ଼ ନିୟମର ଧଜିଆ ଉଡ଼ାଇଲେ ଲୋକେ :ଟିକା ପାଇଁ ପ୍ରବଳ ଭିଡ଼
କୋଭିଡ଼ ନିୟମର ଧଜିଆ ଉଡ଼ାଇଲେ ଲୋକେ :ଟିକା ପାଇଁ ପ୍ରବଳ ଭିଡ଼

ନୟାଗଡ଼ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଆସି ଲୋକେ ଭୁଲି ଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ...

ନୟାଗଡ଼: ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଡିଲା ସାମାଜିକ ଦୂରତାର ଧଜିଆ । ଟିକା ନେବାକୁ ଆସିଥିବା ବେଳେ ଲୋକେ ଭୁଲି ଗଲେ ସାମାଜିକ ଦୂରତା । କୋରୋନାକୁ ମାତ ଦେବା ପାଇଁ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଏଠାରେ ଲାଗିଥିବା ଭିଡକୁ ଦେଖିଲେ ଲାଗୁଛି ଜେମିତି ଲୋକେ ଟିକା ନେବାକୁ ନୁହେଁ କୋରୋନା ସଂକ୍ରମିତ ହେବାକୁ ଆସିଛନ୍ତି । ଫଳରେ ଟୀକାକରଣ ସମୟରେ ମେଡିକାଲର ଅବ୍ୟବସ୍ଥା ଏବେ ପଦାରେ ପଡିଛି ।

କୋଭିଡ଼ ନିୟମର ଧଜିଆ ଉଡ଼ାଇଲେ ଲୋକେ :ଟିକା ପାଇଁ ପ୍ରବଳ ଭିଡ଼

ରାଜସୁନାଖଳା ଅଞ୍ଚଳର 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦେବା ପାଇଁ କୁହାଯାଇଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଲମ୍ବା ଲାଇନ କରି ଗହଳି କରିଥିଲେ l ଗୋଟିଏ କାଉଣ୍ଟରରେ ଟିକା ଦିଆଯାଉଥିବାରୁ ଲୋକେ ଲମ୍ବା ଲାଇନ କରି ସାମାଜିକ ଦୂରତା ନିୟମର ଧଜିଆ ଉଡ଼ାଇଥିଲେ । ଫଳରେ ସଂକ୍ରମଣ ବୃଦ୍ଧି ଆଶଙ୍କା ପାଇଛି । ମେଡ଼ିକାଲ ତରଫରୁ ଏଭଳି ଅବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅଧିକ କାଉଣ୍ଟର ଖୋଲିବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.