5T ବିଦ୍ୟାଳୟରେ ନିମ୍ନମାନର କାମ, ଅଭିଯୋଗ ଆଣିଲା କଂଗ୍ରେସ

author img

By

Published : Sep 18, 2022, 1:14 PM IST

5T ବିଦ୍ୟାଳୟରେ ନିମ୍ନମାନର କାମ: ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କଲା କଂଗ୍ରେସ
5T ବିଦ୍ୟାଳୟରେ ନିମ୍ନମାନର କାମ: ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କଲା କଂଗ୍ରେସ ()

ଉଦଘାଟନର ୨ ମାସ ନପୂରୁଣୁ 5T ବିଦ୍ୟାଳୟ ଛାତରୁ ଖସିଗଲାଣି ସିଲିଂ । ନୟାଗଡ଼ ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ଶତ୍ରୁଘ୍ନ ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ନୟାଗଡ଼: ଉଦଘାଟନର ୨ ମାସ ନପୂରୁଣୁ 5T ବିଦ୍ୟାଳୟ ଛାତରୁ ଖସିଗଲାଣି ସିଲିଂ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ଶତ୍ରୁଘ୍ନ ହାଇସ୍କୁଲରେ । ତେବେ ବିଦ୍ୟାଳୟରେ ଏଭଳି ନିମ୍ନ ମାନର କାର୍ଯ୍ୟ ପଦାରେ ପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛି କଂଗ୍ରେସ ।

5T ବିଦ୍ୟାଳୟରେ ନିମ୍ନମାନର କାମ: ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କଲା କଂଗ୍ରେସ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ାସ୍ଥିତ ଶତ୍ରୁଘ୍ନ ହାଇସ୍କୁଲ କିଛି ଦିନ ପୂର୍ବେ 5T ଯୋଜନାରେ ରୂପାନ୍ତରଣ ହୋଇଛି । ଗତ ୨ ମାସ ପୂର୍ବେ ଏହାର ଉଦଘାଟନ କରାଯାଇଥିଲା । ସରକାର 5T ଅଧୀନରେ ଆସୁଥିବା ବିଦ୍ୟାଳୟକୁ ଅତ୍ୟାଧୁନିକ କରିବା ପାଇଁ ଗୁରୁତ୍ବ ଦେଉଛନ୍ତି । ସ୍ମାର୍ଟ ଶ୍ରେଣୀ ଗୃହ, ସ୍ମାର୍ଟ ଲାଇବ୍ରେରୀ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉନଥିବା କୁହାଯାଉଛି । ହେଲେ ଏଠାରେ ଠିକାଦାର ଏବଂ ଯନ୍ତ୍ରୀଙ୍କ ମିଳିଭଗତରେ ବିଦ୍ୟାଳୟ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି ।

ପାଣ୍ଡେରୀପଡ଼ା ହାଇସ୍କୁଲର ଅଧ୍ୟକ୍ଷ ହେଉଛନ୍ତି ନିଜେ ଓଡଗାଁ ବ୍ଲକ ଅଧ୍ୟକ୍ଷ । ନିଜ ସ୍କୁଲ କାର୍ଯ୍ୟ ନିମ୍ନ ମାନର ହୋଇଥିବାବେଳେ ସେ ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଷୋଇ । 5T ବିଦ୍ୟାଳୟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସିଲିଂ ଖସିଥିବା ସେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ହୋଇଥିବା ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲି ସମସ୍ତ ଦୃଷ୍ଟି ଆକର୍ଷଣ କରି ସମ୍ପୃକ୍ତ ବିଭାଗ ଏବଂ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ମାତ୍ର ୨ ମାସ ପୂର୍ବରୁ ରୂପାନ୍ତରୀକରଣ ହୋଇଥିଲା ଏହି ଓଡଗାଁ ବ୍ଲକ ପାଣ୍ଡେରୀପଡା ଶତ୍ରୁଘ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ।

ତେବେ ୨ ମାସ ମଧ୍ୟରେ ଲାଇବ୍ରେରୀ କକ୍ଷର ଛାତରୁ ସିଲିଂ ଛାଡି ଗଲାଣି । ଏପରିକି ପାଚେରୀରେ ଶିଉଳୀ ଲାଗି ପୁରୁଣା ହେବାକୁ ବସିଲାଣି । ଏହା ହେଉଛି ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନିଜ ଜେଜେବାପାଙ୍କର ନାଁରେ ହୋଇଥିବା ବିଦ୍ୟାଳୟ । ନିଜେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଏହି ବିଦ୍ୟାଳୟର ପରିଚାଳନା କମିଟିର ସଭାପତି । କିନ୍ତୁ ୨ ମାସ କାମରେ ପୁଣି ସରକାରଙ୍କ ସର୍ବଶ୍ରେଷ୍ଠ ଯୋଜନା 5Tରେ କାମ ହୋଇଥିବା ବିଦ୍ୟାଳୟର ଦୟନୀୟ ଅବସ୍ଥା ବୋଲି କଂଗ୍ରେସ ଯୁବନେତା ଦିଲ୍ଲୀପ ବିଷୋଇ ଅଭିଯୋଗ କରିଛନ୍ତି । ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

କଂଗ୍ରେସ ଯୁବନେତା ଦିଲ୍ଲୀପ ବିଷୋଇ କହିଛନ୍ତି, "ଯନ୍ତ୍ରୀ କାମ ସାରି ନାହାଁନ୍ତି, କାମର ୨ ମାସ ପୂରିନି କିନ୍ତୁ ସିଲିଂ ଖସିଲାଣି । 5T ବିଦ୍ୟାଳୟ କେତେ ନିମ୍ନମାନର ହୋଇଛି ସେ ସମ୍ପର୍କରେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅଭିଯୋଗ କରାଯାଇଛି । ଏହା ସହିତ 5T ସଚିବ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ମୁଖ୍ୟମନ୍ତ୍ରୀ ଏବଂ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି ।" ତେବେ ଏନେଇ ଗଣମାଧ୍ୟମ ଉଦ୍ଦେଶ୍ୟରେ ସେ ଏକ ପ୍ରେସବାର୍ତ୍ତା ଜାରି କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.