ETV Bharat / state

ପୌରପାଳିକା ଭୋଟର ତାଲିକା ସଂଶୋଧନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ କଂଗ୍ରେସ

author img

By

Published : Mar 5, 2022, 10:42 PM IST

ପୌରପାଳିକା ଭୋଟର ତାଲିକା ସଂଶୋଧନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ କଂଗ୍ରେସ
ପୌରପାଳିକା ଭୋଟର ତାଲିକା ସଂଶୋଧନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ କଂଗ୍ରେସ

ନୟାଗଡ ବ୍ଲକର ବିଭିନ୍ନ ଗ୍ରାମର ଭୋଟରଙ୍କ ନାମ ପୌରପାଳିକା ଦ୍ୱାରା ଗତ ୧୦. ୨.୨୦୨୨ ତାରିଖରେ ପ୍ରକାଶିତ ଭୋଟର ତାଲିକାରେ ପ୍ରାୟ ୩୦% ସ୍ଥାନୀତ ଥିବାରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ହେଉଛି । ଏଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୟାଗଡ଼ କଂଗ୍ରେସ ସଭାପତି l ଅଧିକ ପଢନ୍ତୁ

ନୟାଗଡ଼: ନୟାଗଡ ପୌରପାଳିକାରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୨୦୦୦ ଦ୍ୱେତ ଭୋଟରଙ୍କ ନାମ ସ୍ଥାନ ପାଇଛି l ଏଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୟାଗଡ଼ କଂଗ୍ରେସ ସଭାପତି l ନୟାଗଡ ବ୍ଲକର ବିଭିନ୍ନ ଗ୍ରାମର ଭୋଟରଙ୍କ ନାମ ପୌରପାଳିକା ଦ୍ୱାରା ଗତ ୧୦. ୨.୨୦୨୨ ତାରିଖରେ ପ୍ରକାଶିତ ଭୋଟର ତାଲିକାରେ ପ୍ରାୟ ୩୦% ସ୍ଥାନୀତ ଥିବାରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ହେଉଛି ।

ପୌରପାଳିକା ଭୋଟର ତାଲିକା ସଂଶୋଧନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ କଂଗ୍ରେସ

ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଂଜିତ ଦାସ କହିଛନ୍ତି, ପୌରାଞ୍ଚଳରେ ବସବାସ କରୁଥିବା ପ୍ରକୃତ ସ୍ଥାୟୀ ଅଧିବାସୀଙ୍କୁ ଚିହ୍ନଟ କରାଯାଇ ସଠିକ ଭୋଟର ତାଲିକା ପ୍ରକାଶ କରିବା ପାଇଁ ନିରପେକ୍ଷ ଯାଞ୍ଚ କମିଟି ଗଠନ କରାଯାଇ ସଠିକ ଭୋଟର ତାଲିକା ପ୍ରକାଶ କରାଗଲେ ପ୍ରକୃତ ଭୋଟର ସେମାନଙ୍କର ସାମ୍ବିଧାନିକ ଭୋଟ ଅଧିକାର ପାଇପାରିବେ ଏବଂ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇ ପାରିବ l ଭୋଟର ତାଲିକା ସଂଶୋଧନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରଂଜିତ ଦାସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.