ETV Bharat / state

ଟ୍ରକ ଧକ୍କାରେ ଶିଶୁ ମୃତ: ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

author img

By

Published : May 21, 2022, 10:02 PM IST

ନୟାଗଡ଼ ଜିଲ୍ଲା ଶରଣକୁଳରେ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ୩ବର୍ଷ ଶିଶୁର ଜୀବନ । ଘଟଣାସ୍ଥଳରେ ଉତ୍ତେଜନା । ଅଧିକ ପଢ଼ନ୍ତୁ

ଟ୍ରକ ଧକ୍କାରେ ଶିଶୁ ମୃତ: ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
ଟ୍ରକ ଧକ୍କାରେ ଶିଶୁ ମୃତ: ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ଲଡ଼ୁବାବାଙ୍କ ମନ୍ଦିର ସମ୍ମୁଖରେ ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରକ ଧକ୍କାରେ ୩ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତ ଶିଶୁ ଶରଣକୁଳ ଥାନା ଧୂସମା ଗ୍ରାମର ବୋଲି ଜଣାପଡିଛି ।

ତେବେ ଶରଣକୁଳରେ ଏପରି ଘଟଣା ନୂଆ ନୁହେଁ । ଭାରିଯାନ ଚଳାଚଳ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ଗଲାଣି । ଦୀର୍ଘଦିନରୁ ଏହି ଅଞ୍ଚଳରେ ଫ୍ଲାଇ ଓଭର ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.