ETV Bharat / state

କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: 3 ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

author img

By

Published : Mar 14, 2022, 9:49 PM IST

Updated : Mar 15, 2022, 8:37 AM IST

Cameraman Manas Murder Case: three accused arrested
କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: 3 ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର 3 ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି ପୋଲିସ l ଅଧିକ ପଢନ୍ତୁ

ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର 3 ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି ପୋଲିସ l ମାନସ ମର୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ଏବେବି ଫେରାର ରହିଛନ୍ତି l ମାନସଙ୍କ ପାଖରେ ଏକ ଆପତ୍ତିଜନକ ଭିଡ଼ିଓ ରହିଥିଲା l ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ ହତ୍ୟା କରିଥିବା କୁହାଯାଉଛି l

କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: 3 ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଏପଟେ ମାନସଙ୍କ ମୃତ୍ୟୁକୁ ନେଇ ତାଙ୍କର ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ l ଗତ 12 ତାରିଖରେ କ୍ୟାମେରା ମ୍ୟାନଙ୍କ ମୃତଦେହ ଖୋଳି ଖୋଳି ବାହାର କରିଥିଲା ପୋଲିସ l ଏହି ଘଟଣାରେ 3 ଜଣକୁ ଗିରଫ କରିଛି ପୋଲିସ ଏବଂ ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକାଣି ଫେରାର ଥିବା ଜଣାପଡିଛି l

ଗିରଫ ଅଭିଯୁକ୍ତ ମାନେ ହେଲେ ବୋଲୋର ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ବରର ମୋହରିର କୃଷ୍ଣଚନ୍ଦ୍ର ନାୟକ l ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Mar 15, 2022, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.