ETV Bharat / state

ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ, ସଫେଇ କର୍ମଚାରୀଙ୍କୁ ପ୍ରଶଂସା

author img

By

Published : Feb 26, 2021, 9:52 AM IST

ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ
ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ

ନୟାଗଡ ଜିଲ୍ଲା ପୌରପରିଷଦ ପକ୍ଷରୁ ଜିଲ୍ଲାରେ ବଡଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ପୌରପରିଷଦରେ କାର୍ଯ୍ୟ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...

ନୟାଗଡ: ଜିଲ୍ଲା ପୌରପରିଷଦ ପକ୍ଷରୁ ଜିଲ୍ଲାରେ ବଡଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ପୌରପରିଷଦରେ କାର୍ଯ୍ୟ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ

ଆତ୍ମସମ୍ମାନ ଓ ସଂହତି ରକ୍ଷା ଦିଗରେ ନୟାଗଡ଼ ପୌରପରିଷଦ କାର୍ଯ୍ୟ କରୁଥିବାରୁ ସଫେଇ କର୍ମଚାରୀଙ୍କୁ ଅଧିକ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ନୟାଗଡ଼ ତହସିଲଦାର ଭିକାରୀ ଚନ୍ଦ୍ର ସାହୁ । ପରିମଳ କର୍ମଚାରୀ ଓ ସହଯୋଗୀ କର୍ମଚାରୀଙ୍କ ଅବଦାନକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ନବନିର୍ମିତ ବର୍ଜ୍ୟବସ୍ତୁ ପୃଥିକୀକରଣ କେନ୍ଦ୍ର ଓ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରରେ କାର୍ଯ୍ୟ କରିବାକୁ ଚୟନ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ ଜିଲ୍ଲାପାଳ କରିଥିବା ଚୁକ୍ତିନାମାକୁ ଏହି କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି ।

ସଂପୃକ୍ତ ମହିଳା ଗୋଷ୍ଠୀଙ୍କୁ ନିର୍ଦ୍ଧାରିତ ସମପୋଷାକ ଓ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପ୍ରଦାନ କରାଯାଇଛି । ଏହା ସହିତ ପୌରପରିଷଦରେ କାର୍ଯ୍ୟ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ଆୟୋଜିତ ହୋଇଥିବା ‘ବଡ଼ଖାନା’ କାର୍ଯ୍ୟକ୍ରମକୁ ନୟାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ସମ୍ମାନୀତ ଅତିଥି ଭାବେ ଯୋଗେ ଦେଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.