ETV Bharat / state

ଖୋଲା ଆକାଶ ତଳେ 21 ପରିବାର, ମିଳୁନି କୌଣସି ସୁବିଧା

author img

By

Published : Feb 20, 2021, 10:39 PM IST

21 family helpless for nayagarh administration forcible demolition
ଖୋଲା ଆକାଶ ତଳେ 21ପରିବାର, ମିଳୁନି ସୁବିଧା

ନୟାଗଡ଼ ମ୍ୟୁନସିପାଲଟିର 6 ନମ୍ବର ୱାର୍ଡରେ ଦୀର୍ଘଦିନ ଧରି ସ୍ଥାୟୀ ଘର କରି ରହୁଥିବା 21 ଗରିବ ପରିବାରଙ୍କ ଘରକୁ ମାତ୍ର 24 ଘଣ୍ଟାର ମହଲତରେ ଜିଲ୍ଲାପ୍ରଶାସନ ଓ ମ୍ୟୁନସିପାଲଟି କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିବାରୁ ଏବେ ବାସହରା ହୋଇ ଦୀର୍ଘ ଦିନ ହେଲା ଜରି ପାଲ ତଳେ ବିତୁଛି ସେମାନଙ୍କ ଜୀବନ । ଅଧିକ ପଢନ୍ତୁ...

ନୟାଗଡ : ପ୍ରଥମେ ପ୍ରଶାସନ ତରଫରୁ ଦିଆଗଲା ସବୁକିଛି ସୁବିଧା । ପାଣି ଠାରୁ ଆରମ୍ଭ କରି ବିଦ୍ୟୁତ ସେବା ପର୍ଯ୍ୟନ୍ତ । ହେଲେ ପରେ ଜେସିବି ଲଗାଇ ପ୍ରଶାସନ ଭାଙ୍ଗିଦେଲା ଘର । ଏବେ ଖୋଲା ଆକାଶ ତଳେ ବିତୁଛି ସେମାନଙ୍କ ଜୀବନ । ବର୍ଷ ବର୍ଷ ଧରି ନିଜର କଷ୍ଟ ଅର୍ଜିତ ଧନରେ ଗଢ଼ିଥିବା ଘରକୁ ଆଖି ପିଛୁଳାକେ ଭାଙ୍ଗିଦେଲା ପ୍ରଶାସନ । ଯେତେ ନେହୁରା କି ଗୁହାରି କଲେ ବି କେହି ଶୁଣିଲେ ନାହିଁ, ବରଂ ଜେସିବି ଲଗାଇ ମାଟିରେ ମିଶାଇଦେଲେ ଆଜବେଷ୍ଟସ୍ ଏବଂ କଂକ୍ରିଟ ନିର୍ମିତ ଘର । ନୟାଗଡ଼ ମ୍ୟୁନସିପାଲଟିର 6 ନମ୍ବର ୱାର୍ଡରେ ଦୀର୍ଘଦିନ ଧରି ସ୍ଥାୟୀ ଘର କରି ରହୁଥିବା ଏହି ଗରିବ ପରିବାରଙ୍କ ଘରକୁ ମାତ୍ର 24 ଘଣ୍ଟାର ମହଲତରେ ଜିଲ୍ଲାପ୍ରଶାସନ ଓ ମ୍ୟୁନସିପାଲଟି କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିବାରୁ ଏବେ ବାସହରା ହୋଇ ଦୀର୍ଘ ଦିନ ହେଲା ଜରି ପାଲ ତଳେ ବିତୁଛି ସେମାନଙ୍କ ଜୀବନ ।

ଖୋଲା ଆକାଶ ତଳେ 21ପରିବାର, ମିଳୁନି ସୁବିଧା
ଦୀର୍ଘ 10ରୁ 12 ବର୍ଷ ଧରି ନୟାଗଡ଼ ମ୍ୟୁନସିପାଲଟିରେ ରହୁଥିବା ଏହି 21ଟି ଗରିବ ପରିବାରକୁ ପାନୀୟ ଜଳ ଠାରୁ ଆରମ୍ଭ କରି ବିଦ୍ୟୁତ ସେବା ଆଦି ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିଥିଲା । ମୁନିସିପାଲିଟି କର୍ତ୍ତୃପକ୍ଷଙ୍କ ତରଫରୁ ‘ନୋ ଅବଜେକ୍ସନ ସାର୍ଟିଫିକେଟ’ ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ହଠାତ କେଉଁ ନିଷ୍ପତ୍ତି ଆଧାରରେ ପୂର୍ବରୁ କୌଣସି ନୋଟିସ ନଦେଇ କେବଳ 24 ଘଣ୍ଟାର ମହଲତ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ଘର ଭାଙ୍ଗିଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲଟି କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ, ଉଚ୍ଛେଦ ପ୍ରକ୍ରିୟାରେ କୌଣସି ବେଆଇନ କାର୍ଯ୍ୟ କରାଯାଇ ନାହିଁ । ଜାଗା ମିଶନ ଯୋଜନାରେ 2017 ମସିହା ପୁର୍ବରୁ ରହିଥିବା ଲୋକମାନଙ୍କୁ ଚିହ୍ନଟ କରାଯିବା ସହ ସହରାଞ୍ଚଳ ଯୋଜନାରେ ସେଟେଲମେଣ୍ଟ କରାଯାଇ ପଟା ଦିଆଯାଇଛି । ମାତ୍ର 6 ନଂ ଓ୍ଵାଡର ଏହି 21ଟି ପରିବାର ବିନା ଅନୁମତିରେ ଜବରଦଖଲ କରି ଘର ନିର୍ମାଣ କରିଥିବାରୁ ଏହାକୁ ଉଛେଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜାନୁଆରୀ 25 ତାରିଖରେ ପ୍ରଶାସନ ଘର ଭାଙ୍ଗିଥିଲା । ଦୀର୍ଘ ଦିନ ପରେବି ନିଜ ଭଙ୍ଗା ଘରେ ଏଭଳି ଜରିପାଲ ତଳେ ଶୀତକାକରରେ ଜୀବନ ବିତାଉଛନ୍ତି ଏହି ବେସାହାରା ପରିବାର । ଛୋଟ ଛୋଟ ପିଲାମାନେ ମଧ୍ୟ ଏଠାରେ ରହୁଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧାରମୟ ହେବାକୁ ବସିଲାଣି । ଏହି ପରିବାର ଗୁଡିକୁ କ୍ଷତିପୁରଣ ସହ ଅନନ୍ୟା ସୁବିଧା ସୁଯୋଗ ଏବଂ ଥାଇଥାନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.