ETV Bharat / state

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୋଟିଏ ଗଛରେ ଫଳିଛି 150 ବାଇଗଣ

author img

By

Published : Feb 4, 2022, 9:49 PM IST

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୋଟିଏ ବାଇଗଣ ଗଛରେ ଫଳିଛି 150 ବାଇଗଣ
ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୋଟିଏ ବାଇଗଣ ଗଛରେ ଫଳିଛି 150 ବାଇଗଣ

ଗୋଟିଏ ଗଛରେ ଫଳିଛି 150 ବାଇଗଣ l ସାଧାରଣତଃ ବାଇଗଣ ଗଛରେ ଏ ଭଳି ଫଳ ଫଳିବାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼: ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗୋଟିଏ ବାଇଗଣ ଗଛରେ ଫଳିଛି ପ୍ରାୟ 150 ବାଇଗଣ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡିରେ ଏପରି ଘଟଣା ଦେଖିବାକୁ ମିଳିଛି।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୋଟିଏ ବାଇଗଣ ଗଛରେ ଫଳିଛି 150 ବାଇଗଣ

ସାଧାରଣତଃ ବାଇଗଣ ଗଛରେ 8 ରୁ 10 ଟି ବାଇଗଣ ଫଳିଥିବା ସମସ୍ତଙ୍କୁ ଜଣାଅଛି। କିନ୍ତୁ ଏହି ବାଇଗଣ ଗଛରେ ଫଳିଛି ପ୍ରାୟ 150 ବାଇଗଣ l ବାଇଗଣ ଗଛରେ ଏତେ ବାଇଗଣ ଫଳିଛି ଯେ ଗଛଟି ଭାରିରେ ନଇଁ ଯାଇଛି l ଏହି ଘଟଣା ଏକ ପ୍ରକାର ଆଶ୍ଚର୍ଯ୍ୟ ସୃଷ୍ଟି କରିଛି l ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଏହାର ଯତ୍ନ ନେଉଥିବା ଜଣାପଡିଛି l ସେ ଏହି ଗଛକୁ ଲଗାଇଥିଲେ l ଗଛରେ ଏତେ ସାରା ବାଇଗଣ ଫଳିବାକୁ ନେଇ ସେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି l ଏହି ବାଇଗଣ ଗଛକୁ ନେଇ ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.