ETV Bharat / state

ପରୀ ହତ୍ୟାକାଣ୍ଡ ମାମଲା: ପରିବାରକୁ ଆକ୍ରମଣ ମାମଲାରେ 14 ଗିରଫ

author img

By

Published : Oct 26, 2020, 11:03 PM IST

ପରୀ ହତ୍ୟାକାଣ୍ଡ ମାମଲା: ପରୀ ପରିବାରକୁ ଆକ୍ରମଣ ମାମଲାରେ 14 ଗିରଫ
ପରୀ ହତ୍ୟାକାଣ୍ଡ ମାମଲା: ପରୀ ପରିବାରକୁ ଆକ୍ରମଣ ମାମଲାରେ 14 ଗିରଫ

ପରୀର ପରିବାର ଲୋକଙ୍କୁ ଆକ୍ରମଣ ମାମଲାରେ 14 ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ। ଗତ ଅକ୍ଟୋବର 22 ତାରିଖରେ ପରୀର ବାପା ଓ ମା'ଙ୍କୁ କିଛି ଦୁର୍ବୁର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅଧିକ ପଢ଼ନ୍ତୁ...

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା। ପରୀର ପରିବାର ଲୋକଙ୍କୁ ଆକ୍ରମଣ ମାମଲାରେ 14 ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ। ଗତ ଅକ୍ଟୋବର 22 ତାରିଖରେ ପରୀର ବାପା ଓ ମା'ଙ୍କୁ କିଛି ଦୁର୍ବୁର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନୟାଗଡ଼ ସଦର ଥାନା ଓ ଟାଉନ ଥାନା ରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା l

ପରୀ ହତ୍ୟାକାଣ୍ଡ ମାମଲା: ପରୀ ପରିବାରକୁ ଆକ୍ରମଣ ମାମଲାରେ 14 ଗିରଫ

ବାପା ଓ ମା'ଙ୍କୁ କିଛି ଦୁର୍ବୁର୍ତ୍ତ ତାଙ୍କ ଘରେ ଓ ନୟାଗଡ଼ ମେଡିକାଲ ପରିସରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ମୋଟ 14 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ତେବେ ଘଟଣାର ମାଷ୍ଟରମାଇଣ୍ଡ ବାବୁଲି ନାୟକ ଏଯାଏଁ ଫେରାର ରହିଥିବା ସୂଚନା ମିଳିଛି।

ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ‌ସାହୁ ଓରଫ୍‌ ପରୀର ହତ୍ୟାକାରୀ ନିକଟରେ ଏପର୍ଯ୍ୟନ୍ତ ପୋଲିସ ପହଞ୍ଚି ପାରିନାହିଁ l ସେପଟେ ପରୀର ପରିବାରକୁ ଆକ୍ରମଣ ଘଟଣାରେ ଯଦୁପୁରର ଆହୁରି ଅନେକ ଲୋକ ଗିରଫ ହେବାନେଇ ପୋଲିସ ସୂଚନା ଦେଇଛି।

ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ‌ଖେଳୁଥିବା ବେଳେ ତାକୁ ଅପହରଣର କରିନେଇଥିଲେ କିଛି ଦୁର୍ବୃତ୍ତ। ଅନେକ ଖୋଜାଖୋଜି ପରେ ଜୁଲାଇ ୨୩ ତାରିଖରେ ତା’ର ହାଡ଼ମାଂସ ଉଦ୍ଧାର ହୋଇଥିଲା। ଏନେଇ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାରୀ ନିକଟରେ ଏବେବି ପୋଲିସ ପହଞ୍ଚି ପାରିନାହିଁ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.