ETV Bharat / state

ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ

author img

By

Published : Mar 13, 2022, 2:27 PM IST

ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ
ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ

ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ ମୋତିରାମ ନାୟକ । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲା ପରିଷଦ ଅଧ୍ୟକ୍ଷ(zilla parisad chairman election) ଆସନ ପାଇଁ ସରିଛି ନିର୍ବାଚନ ପ୍ରକ୍ରିୟା । ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ମୋତିରାମ ନାୟକ । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ସମୟ ଅବଧି ମଧ୍ୟରେ ବିଜେଡିର ମୋତିରାମ ନାୟକ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାହାଫଳରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।

ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ

ନବରଙ୍ଗପୁର ଜିଲ୍ଲାରେ ୨୬ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେଥିମଧ୍ୟରୁ ବିଜେଡି ୨୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ମୋତିରାମ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିପୂର୍ବରୁ ୨୦୧୨-୧୭ ମଧ୍ୟରେ ସେ ଅଧ୍ୟକ୍ଷ ରହିଥିଲେ ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.