ETV Bharat / state

ଲାଲବାହିନୀର ଜଙ୍ଗଲ ସୁରକ୍ଷା ଚିନ୍ତା ! ଗଛ କାଟିବା ଅଭିଯୋଗରେ ଯୁବକକୁ ଗୁଳି କଲେ

author img

By

Published : Mar 18, 2023, 11:31 AM IST

Updated : Mar 18, 2023, 11:56 AM IST

Youth shot dead by Maoists
Youth shot dead by Maoists

ନବରଙ୍ଗପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜଙ୍ଗଲ କାଟିବା ଅଭିଯୋଗରେ ଜଣେ ଯୁବକକୁ ଗୁଳି କରି ହତ୍ୟା କରିଲେ ମାଓବାଦୀ । ଅଧିକ ପଢନ୍ତୁ

Youth shot dead by Maoists

ନବରଙ୍ଗପୁର: ମାଓବାଦୀଙ୍କୁ ଜଙ୍ଗଲ ସୁରକ୍ଷା ଚିନ୍ତା ! ରାଇଘରରେ ଲାଲ ବାହିନୀର ଲଙ୍କାକାଣ୍ଡ । ପୁଣି ରକ୍ତମୁଖା ହେଲା ଲାଲ ବାହିନୀ । କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି । ଜଙ୍ଗଲ କାଟିବା ଅଭିଯୋଗରେ ଜଣେ ଯୁବକକଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏହି ମାଓ ହିଂସା ଦେଖିବାକୁ ମିଳିଛି । ମୃତ ଯୁବକ ହେଲେ ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ, ବୟସ ୩୮ ବର୍ଷ ।

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ କାଣ୍ଡ ଘଟାଇ ଚାଲିଛନ୍ତି l ଗତ ଫେବୃଆରି ମାସ ୨୩ ତାରିଖ ଦିନ ହାତିଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକିନେଇ ହତ୍ୟା କରିଥିଲେ । ଏହାସହ ୧୦ ଦିନ ପୂର୍ବରୁ ସୀମାନ୍ତ ଚାମେନ୍ଦାର (ଛତିଶଗଡ଼) ୪୫ ବର୍ଷୀୟ ନାରଦ ମାର୍କମଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ । ଆଜି (ଶନିବାର) ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ମୃତଦେହ ନିକଟରେ ମାଓବାଦୀମାନେ ଏକ ଚିଠି ଛାଡିଛନ୍ତି । ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରଯାଇଛି ବୋଲି ମୈନପୁର -ନୂଆପଡ଼ା ଡିଭିଜନାଲ୍‌ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅର୍ଚ୍ଚନା ନାଗ ମାମଲାରେ ହୋଇପାରେ ଆଲୋଚନା

ଏହା ମଧ୍ୟ ପଢନ୍ତୁ: 5T Secretary Visits Nabarangpur: ନବରଙ୍ଗପୁର ଗସ୍ତରେ 5T ସଚିବ, ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ

ପ୍ରକାଶଥାଉକି, ଗତ ଫେବୃଆରୀ ୨୪ ତାରିଖରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଜିଲ୍ଲାର ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ ଖାଲେପାରା ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ମୃତକ ୪୨ ବର୍ଷୀୟ ଚନ୍ଦନ ମଲ୍ଲିକ ହୋଇଥିବା ବେଳେ ହତ୍ୟା ପରେ ମୃତଦେହ ନିକଟରେ ମାଓ ପୋଷ୍ଟର ଛାଡିଥିଲେ ମାଓବାଦୀ ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Mar 18, 2023, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.