ETV Bharat / state

Agnipath Scheme Protest: ଅଭିନବ ପ୍ରତିବାଦ, ୬୦ କିମି ଧାଇଁଲେ ଯୁବକ

author img

By

Published : Jun 18, 2022, 9:11 AM IST

Agnipath Scheme Protest: ଅଗ୍ନିପଥ ଯୋଜନା ପ୍ରତିବାଦରେ ୬୦ କିମି ଧାଇଁଲେ ଯୁବକ
Agnipath Scheme Protest: ଅଗ୍ନିପଥ ଯୋଜନା ପ୍ରତିବାଦରେ ୬୦ କିମି ଧାଇଁଲେ ଯୁବକ

ଦେଶରେ ଅଗ୍ନିପଥ ଯୋଜନା ପାଇଁ ତେଜୁଛି ବିବାଦ । ସାରା ଦେଶରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ନବରଙ୍ଗପୁରର ଜଣେ ଧାବକ ଯୋଜନା ପ୍ରତିବାଦରେ ୬୦ କିଲୋମିଟର ଦୌଡ଼ିଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର: ଦେଶରେ ଅଗ୍ନିପଥ ଯୋଜନା ପାଇଁ ତେଜୁଛି ବିବାଦ । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଓଡିଶାର ନବରଙ୍ଗପୁରରେ ଏହାକୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଜଣେ ଯୁବକ । ସେ ପ୍ରତିବାଦ ସ୍ବରୂପ ୬୦ କିଲୋମିଟର ଧାଇଁଛନ୍ତି । ଏହି ଯୁବକ ହେଉଛନ୍ତି ଉମରକୋଟର ଧାବକ ନରେଶ ବିଶ୍ୱାସ ।

Agnipath Scheme Protest: ଅଗ୍ନିପଥ ଯୋଜନା ପ୍ରତିବାଦରେ ୬୦ କିମି ଧାଇଁଲେ ଯୁବକ

ନରେଶ ଦୀର୍ଘ ୬୦ କିଲୋମିଟର ଦୌଡ଼ିଛନ୍ତି । ଏହାକୁ ନେଇ ସେ କହିଛନ୍ତି, ''ଆମ ପାଖରେ ପ୍ରତିଭା ରହିଛି । ଆମେ ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ଅଛୁ । କିନ୍ତୁ ଓଡିଶା ପକ୍ଷରୁ ବିଗତ ଚାରି ବର୍ଷ ହେଲା କୌଣସି ନିଯୁକ୍ତି ବାହାରି ନାହିଁ । ଅନ୍ୟପଟେ ଭାରତ ସରକାର ସେନାରେ ନିଯୁକ୍ତି ପାଇଁ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ଏହାକୁ ଆମେ ବିରୋଧ କରୁଛୁ ।'' ସେନାରେ ନିଯୁକ୍ତି କାର୍ଯ୍ୟକାଳ ୧୫ ବର୍ଷ କରାଯାଉ ଓ ସମସ୍ତ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.