ETV Bharat / state

ସ୍ବଚ୍ଛ ଭାରତ ଟ୍ରେନରେ ସନ୍ୟାସୀଗୁଡା ସରକାରୀ ସ୍କୁଲ !

author img

By

Published : Feb 10, 2020, 11:08 PM IST

ବେସରକାରୀ ସ୍କୁଲର ଭ୍ରମ ସୃଷ୍ଟି କରୁଥିବା ଏହି ସ୍କୁଲ ପ୍ରକୃତରେ ନବରଙ୍ଗପୁର ଉପାନ୍ତ ଅଞ୍ଚଳର ସନ୍ୟାସୀଗୁଡା ସରକାରୀ ବିଦ୍ୟାଳୟ । ଦୁଇ ଶିକ୍ଷକଙ୍କ ହାତରେ କେମିତି ସଜାଡି ହୋଇଛି ସରକାରୀ ସ୍କୁଲର ଚିତ୍ର ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟରେ...

unique school at nabarangpur
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: କାନ୍ଥରେ ସ୍ବଚ୍ଛ ଭାରତର ରେଳଡବା, ଭିତରକୁ ଗଲେ ବିଭିନ୍ନ ପଶୁପକ୍ଷୀଙ୍କ ନାମ ତ' ପୁଣି ରଙ୍ଗବେରଙ୍ଗ କାନ୍ଥରେ ନିତିବାଣୀ । ଶ୍ରେଣୀଗୃହ ସାମ୍ନାରେ ସଜଡା ହୋଇ ଥୁଆ ହୋଇଛି ଛାତ୍ରଛାତ୍ରୀଙ୍କ କଳା ଯୋତା । ବେସରକାରୀ ସ୍କୁଲର ଭ୍ରମ ସୃଷ୍ଟି କରୁଥିବା ଏହି ସ୍କୁଲ ପ୍ରକୃତରେ ନବରଙ୍ଗପୁର ଉପାନ୍ତ ଅଞ୍ଚଳର ସନ୍ୟାସୀଗୁଡା ସରକାରୀ ବିଦ୍ୟାଳୟ । ଦୁଇ ଶିକ୍ଷକଙ୍କ ହାତରେ କେମିତି ସଜାଡି ହୋଇଛି ସରକାରୀ ସ୍କୁଲର ଚିତ୍ର ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଦୂରରୁ ରେଳଗାଡି ଭଳି ଦିଶୁଥିବା ଏହି ସ୍କୁଲକୁ ଏମିତି ସୁନ୍ଦର ଭାବେ ସଜାଡି ଦେଇଛନ୍ତି ଦୁଇ ଶିକ୍ଷକ । ଫୁଲ ବଗିଚା, ଦୋଳି, ଶୌଚାଳୟ, ପାନୀୟଜଳ ସହ ସ୍ବଚ୍ଛ ପରିବେଶ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସ୍କୁଲ ଆସିବାକୁ ବାଧ୍ୟ କରିଥାଏ । 2002 ମସିହା ଏପ୍ରିଲ 4ରେ ପ୍ରତିଷ୍ଠିତ ହୋଇଥିବା ଏହି ସ୍କୁଲରେ ପୂର୍ବରୁ ଉପସ୍ଥାପନା କମ୍ ରହୁଥିଲା ମାତ୍ର 14 ମାସ ତଳେ ଶିକ୍ଷକ ଅନାଦ ହରିଜନ ଓ ଅମିୟ ଶିଶିର ବାଘ ମିଶି ସ୍କୁଲର କାୟା ପରିବର୍ତ୍ତନ କରିଦେବା ପରେ ବର୍ତ୍ତମାନ ଶତ ପ୍ରତିଶତ ଉପସ୍ଥାପନା ରହୁଥିବା ଶିକ୍ଷକ କହିଛନ୍ତି ।ସନ୍ୟାସୀଗୁଡାର ଏହି ପ୍ରାଥମିକ ବିଦ୍ୟାଳୟ ରାଜ୍ୟରେ ଥିବା ଅନ୍ୟ ସରକାରୀ ସ୍କୁଲ ପାଇଁ ସାଜିଛି ଉଦାହରଣ । ଉପାନ୍ତ ଅଞ୍ଚଳରେ ହୋଇ ମଧ୍ୟ ଏହି ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରୁଛି ।ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ
Intro:Visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.