ETV Bharat / state

ଆବାସ ଯୋଜନା ଦୁର୍ନୀତି ଅଭିଯୋଗ, ଗିରଫ ହେଲେ 2 କର୍ମଚାରୀ

author img

By

Published : Apr 18, 2021, 3:58 PM IST

ଆବାସ ଯୋଜନା ଦୁର୍ନୀତି ଅଭିଯୋଗ , ଗିରଫ ହେଲେ 2 କର୍ମଚାରୀ
ଆବାସ ଯୋଜନା ଦୁର୍ନୀତି ଅଭିଯୋଗ , ଗିରଫ ହେଲେ 2 କର୍ମଚାରୀ

ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତର ଆବାସ ଯୋଜନା ହଡପ ଅଭିଯୋଗରେ ଦୁଇ ଗିରଫ । ଅଧିକ ପଢନ୍ତୁ....

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତର ଜଣେ ହିତାଧିକାରୀଙ୍କ ଆବାସ ଯୋଜନାର ଅର୍ଥ ହଡପ ଅଭିଯୋଗରେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରଛି ପୋଲିସ । ପାପଡାହାଣ୍ଡି ବ୍ଲକ ସହକାରୀ କମ୍ପ୍ୟୁଟର କର୍ମଚାରୀ ସତୀଶ ପାଳ ଓ ନୂଆକୋଟ ଗ୍ରାମପଞ୍ଚାୟତ ଗ୍ରାମ ରୋଜଗାର ସେବକ ଡିକ୍ରେସେନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାପଡାହାଣ୍ଡି ପୋଲିସ ।

ଆବାସ ଯୋଜନା ଦୁର୍ନୀତି ଅଭିଯୋଗ , ଗିରଫ ହେଲେ 2 କର୍ମଚାରୀ
ଆବାସ ଯୋଜନା ଦୁର୍ନୀତି ଅଭିଯୋଗ , ଗିରଫ ହେଲେ 2 କର୍ମଚାରୀଆବାସ ଯୋଜନା ଦୁର୍ନୀତି ଅଭିଯୋଗ , ଗିରଫ ହେଲେ 2 କର୍ମଚାରୀ

ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମପଞ୍ଚାୟତ ଆବାସ ଯୋଜନା ଘର ପାଇଥିବା ହିତାଧିକାରୀ ବିସେମ୍ବର ବିଶୋଇଙ୍କ ଅନ୍ତିମ ବିଲ ବାବଦକୁ ୧୭,୩୮୮ ଟଙ୍କା ପାଇବାର ଥିଲା କିନ୍ତୁ କୌଣସି କାରଣବଶତଃ ସେ ପାଇନଥିଲେ । ଏ ନେଇ ବିସେମ୍ବରଙ୍କ ବାପା ଭୁବନେଶ୍ୱର ବିଶୋଇ ସ୍ଥାନୀୟ ବିଡ଼ିଓ ଓ ପରେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିଛି ସଫଳ ନମିଳିବାରୁ ସେ ମଧ୍ୟ ପିଡି ରମାକାନ୍ତ ନାୟକଙ୍କୁ ମଧ୍ୟ ଜଣାଇଥିଲେ । ଏନେଇ ପିଡି ପାପଡାହାଣ୍ଡି ଥାନାରେ ତାଙ୍କ ବିଲ ଅର୍ଥ ହଡପ ନେଇ 2 କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ 2ଜଣଙ୍କୁ ଆଣି ତଦନ୍ତ କରିବା ପରେ କେସ ନଂ ୫୬/୨୧ ରେ ଏକ ମାମଲା ରୁଜୁ କରି ଆଇପିସିରେ ଧାରା ୪୨୦,୪୦୯, ୩୪ରେ କୋର୍ଟ ଚାଲାଣ କରିଥିବା ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.