ETV Bharat / state

ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Mar 21, 2020, 4:04 PM IST

Updated : Mar 21, 2020, 4:15 PM IST

nabarangpur
ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର,

ନବରଙ୍ଗପୁର ଜିଲ୍ଲାର କଣ୍ଟାଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ତଦନ୍ତ ଆରମ୍ଭ। ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କଣ୍ଟାଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏକ ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର । ମୃତ ଶିକ୍ଷକ ହେଲେ ମାଗୁଣି ସ୍ବାଇଁ।

ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର,

ସୂଚନାମୁତାବକ, ଶିକ୍ଷକ ମାଗୁଣି ସ୍ବାଇଁ ଉକ୍ତ ବିଦ୍ୟାଳୟରେ ରହି ଶିକ୍ଷକତା କରୁଥିବା ବେଳେ CRCC ଦାୟିତ୍ବରେ ମଧ୍ୟ ଥିଲେ। ଏହାସହ ସେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଟିଉସନ ମଧ୍ୟ କରୁଥିଲେ। ପ୍ରତିଦିନ ଭଳି ଆଜି(ଶନିବାର) ସକାଳୁ ମଧ୍ୟ ଛାତ୍ରଛାତ୍ରୀ ମାନେ ଟିଉସନ କ୍ଲାସକୁ ଆସିଥିଲେ ହେଲେ ଶିକ୍ଷକଙ୍କ ଘର ବନ୍ଦ ଥିବା ଦେଖିବାକୁ ପାଇଥିଲେ।

ପରେ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଚିତ୍ରସେନ ଜାନିଙ୍କୁ ଖବର ଦେବା ପରେ ପ୍ରଧାନ ଶିକ୍ଷକ ଆସି ତାଙ୍କୁ ଡାକିଥିଲେ ତଥାପି ଶିକ୍ଷକ ମାଗୁଣି ସ୍ବାଇଁ ଶୁଣି ନଥିଲେ। ପରେ ବାଧ୍ୟ ହୋଇ ପ୍ରଧାନ ଶିକ୍ଷକ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ଉପସ୍ଥିତରେ ଘର ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।

ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତୀ ଟୋୟକା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶିକ୍ଷକ ଜଣକ ବହୁ ଦିନରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ରହି ଆସୁଥିବା ପ୍ରଧାନ ଶିକ୍ଷକ ଚିତ୍ରସେନ ଜାନୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Mar 21, 2020, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.