ETV Bharat / state

ଲାଇବ୍ରେରୀରୁ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jun 2, 2023, 9:53 AM IST

ଲାଇବ୍ରେରୀରୁ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ତଦନ୍ତ ଜାରି । ଅଧିକ ପଢନ୍ତୁ

Government Training Centre Umerkote
Government Training Centre Umerkote

Government Training Centre Umerkote

ନବରଙ୍ଗପୁର: ଉମରକୋଟ ସରକାରୀ ତାଲିମ କେନ୍ଦ୍ରର ଲାଇବ୍ରେରୀରୁ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଇଲେକ୍ଟ୍ରୋନିକ ଓ ମେକାନିକ ବିଭାଗର ଶିକ୍ଷୟତ୍ରୀ ଜୟଲକ୍ଷ୍ମୀ ହେମ୍ରମଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ତ୍ରୀକୁ ଖୋଜିବା ସମୟରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସ୍ବାମୀ ଭାରତ ଚନ୍ଦ୍ର । ତେବେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ଏହା ପଛରେ ରହିଛି ଅନ୍ୟ କିଛି କାର ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ଅପରାହ୍ନ ସମୟରେ ତାଲିମ କେନ୍ଦ୍ରର ସମସ୍ତ କର୍ମଚାରୀ ଖାଇବାକୁ ଯାଇଥିବା ବେଳେ ଜୟଲକ୍ଷ୍ମୀ କିନ୍ତୁ ଯାଇନଥିଲେ । ତେବେ ସେ କାହିଁକି ଖାଇବାକୁ ଆସିଲେ ନାହିଁ ବୋଲି ତାଙ୍କ ସ୍ବାମୀ ଭାରତ ଚନ୍ଦ୍ର କିସ୍କୋ ସ୍ତ୍ରୀ ଜୟଲକ୍ଷ୍ମୀଙ୍କୁ ଖୋଜିବାକୁ ବାହାରିଲେ । ଖୋଜିବା ସମୟରେ ଲାଇବ୍ରେରୀ ଭିତରେ ଜୟଲକ୍ଷ୍ମୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନ୍ୟ ପକ୍ଷରେ ଜୟଲକ୍ଷ୍ମୀ ମାନସିକ ଭାବରେ ଅସୁସ୍ଥ ରହିଥିଲେ ।

ଚାରି ମାସ ଛୁଟି ପରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ପୁରୁଣା କାମ ବାକି ରହି ଥିବାରୁ ସେ କାମ କେମିତି ସରିବେ ବୋଲି ଚିନ୍ତାରେ ରହିଥିଲେ ବୋଲି କହିଛନ୍ତି ତାଙ୍କ ସ୍ଵାମୀ ଭାରତ ଚନ୍ଦ୍ର କିସ୍କୋ । ପ୍ରକାଶ ଥାଉ କି ଗତ ମାର୍ଚ୍ଚ 3 ତାରିଖରେ ଏହି ତାଲିମ କେନ୍ଦ୍ରର ଫ୍ରିଜ୍ ଓ ଶୀତ ତାପ ନିୟନ୍ତ୍ରଣ ବିଭାଗ ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ନଗେଶ୍ୱରି ଗଣ୍ଡ ହଷ୍ଟେଲ ରୁମରେ ଜୀବନ ହାରିଥିଲେ।

ଗତ ମେ 30 ତାରିଖ ଦିନ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ଏକ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ର କଟକ ଜିଲ୍ଲା ତିଗିରିଆର ସୁନୀଲ ପଣ୍ଡାଙ୍କ ପୁଅ ଶୁଭ୍ରାଂଶୁ ପଣ୍ଡା ବୋଲି ଜଣାପଡିଥିଲା । ସେ ଢେଙ୍କାନାଳ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାର ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ବେଳେ ଏକ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ । ତାଙ୍କ ରୁମରେ ଶୁଭ୍ରାଂଶୁଙ୍କ ମୃତଦେହ ଝୁଲୁଥିବାର ଦେଖି ହଷ୍ଟେଲର ଅନ୍ୟ ପିଲାମାନେ ମାଲିକଙ୍କୁ ଖବର ଦେଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତରଖାନାକୁ ଯିବା ପୂର୍ବରୁ ତାଙ୍କର ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.