ETV Bharat / state

ମିଳିଲାନି ଚାକିରି, ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ

author img

By

Published : Jul 12, 2022, 12:41 PM IST

ମିଳିଲାନି ଚାକିରି, ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ
ମିଳିଲାନି ଚାକିରି, ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ

ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରି ନମିଳିବାରୁ OTET ସାର୍ଟିଫିକେଟ ବିକ୍ରି ପାଇଁ ସୋସିଆଲ ମିଡିଆରେ ଯୁବକଙ୍କ ବିଜ୍ଞାପନ । ଅଧିକ ପଢନ୍ତୁ

ନବରଙ୍ଗପୁର: ଶିକ୍ଷାଗତ ଯୋଗ୍ୟତା ଅଛି , ହେଲେ ଚାକିରି ମିଳୁନି । OTET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇଁ ସୁଯୋଗ ମିଳୁନି । ଶେଷରେ ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି କରିବାକୁ ବିଜ୍ଞାପନ ଦେଲେ ଆଶାୟୀ । ନବରଙ୍ଗପୁର ଜିଲ୍ଲାରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟରେ ଦିନକୁ ଦିନ ବଢିଚାଲିଥିବା ବେକାରୀ ସମସ୍ୟାର ଏହା ବିକଳ ରୂପ ।

ମିଳିଲାନି ଚାକିରି, ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ

ଘର ଉପରେ ନିର୍ଭର କରି ଆଉ କେତେ ଦିନ ଚଳିବେ, ଶେଷରେ ଅତିଷ୍ଟ ହୋଇ OTET ସାର୍ଟିଫିକେଟ ବିକ୍ରି ପାଇଁ ଚିନ୍ତା କଲେ ଯୁବକ । ସୋସିଆଲ ମିଡିଆରେ ସାର୍ଟିଫିକେଟ ବିକ୍ରି ପାଇଁ ଵିଜ୍ଞାପନ ଦେଲେ, ଯାହାର ମୂଲ୍ୟ ରହିଛି ଏକ ଲକ୍ଷ ଟଙ୍କା । ପୁଅ ରୋଜଗାର କରି କଷ୍ଟ ଦୂର କରିବ ବୋଲି ବାପାମାଆ ଆଶା ରଖିଥିଲେ । ହେଲେ ନିଯୁକ୍ତି ସୁଯୋଗ ନମିଳିବା ଏବେ ଆଶାୟୀଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ଶେଷରେ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଲେ ନବରଙ୍ଗପୁର ସହର ସ୍ଥିତ ଇଛାବତିଗୁଡାର ବିଶ୍ୱନାଥ ବଡ଼ନାୟକ ।

2015-17 ବ୍ୟାଚର CT ଛାତ୍ର ବିଶ୍ୱନାଥ ବଡ଼ନାୟକ। ସ୍କୁଲରେ ଶିକ୍ଷକତା ଆଶା ନେଇ ସେ ସିଟି ଆଡମିଶନ କରିଥିଲେ । କିନ୍ତୁ 2016 ମସିହାଠାରୁ ଆଜି ଯାଏଁ ଶିକ୍ଷକ ନଯୁକ୍ତି ବିଜ୍ଞପ୍ତି ନ ବାହାରିବା ଚିନ୍ତାଜନକ ବିଷୟ ହୋଇଛି । ଫଳରେ ଘରର ଦୁଃଖ ଦୂର କରିବା ପାଇଁ ବିଶ୍ବନାଥ ସାମାଜିକ ଗଣମାଧ୍ୟମରେ ନିଜ OTET ସାର୍ଟିଫିକେଟ ବିକ୍ରି କରିବାକୁ ଚିନ୍ତା କରିଛନ୍ତି। ଵିଜ୍ଞାପନରେ ଲେଖିଛନ୍ତି ସାର୍ଟିଫିକେଟର ମୂଲ୍ୟ 1 ଲକ୍ଷ ଟଙ୍କା । ବିଶ୍ୱନାଥଙ୍କ ମୁତାବକ ଯଦି ପାଖରେ ସାର୍ଟିଫିକେଟ ଥାଇ କିଛି କାମରେ ଆସୁନି କି ସରକାରଙ୍କ ତରଫରୁ ନିଯୁକ୍ତି ମିଳୁନି ତାହେଲେ ଏହି ସାର୍ଟିଫିକେଟ ପାଖରେ ରଖି ଲାଭ କଣ ତା ବଦଳରେ ପାଖରେ ଥିବା ସାର୍ଟିଫିକେଟକୁ ବିକ୍ରି କରି ଯେଉଁ ପଇସା ମିଳିବ ସେଇ ପଇସାରେ କିଛି ଅଲଗା କାର୍ଯ୍ୟ କରି ପାରିବେ ।

ଶିକ୍ଷକତା କରିବା ପାଇଁ ଯେଉଁ ପିଲାମାନେ ଏହି ତାଲିମ ନେଇ ଘରେ ଅଛନ୍ତି ସେମାନଙ୍କୁ ସେହି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ମିଳି ନ ପାରିଲେ ଶିକ୍ଷିତ ବେକାରୀ ବଢିବା ସହ ମାନସିକ ଦୁଶ୍ଚିନ୍ତା ରେ ପଡିବା ଏକ ସ୍ୱାଭାବିକ କଥା। ଖାଲି ବିଶ୍ବନାଥ ନୁହନ୍ତି ଜିଲ୍ଲାରେ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ ଭଲ ମାର୍କ ରଖି ନିଜ କ୍ୟାରିଅର ଗଢ଼ିଥିଲେ ମଧ୍ୟ ନିଯୁକ୍ତିର କୌଣସି ସୁଯୋଗ ମିଳିପାରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.