ETV Bharat / state

ଜାତୀୟ ମତଦାତା ଦିସରେ ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

author img

By

Published : Jan 26, 2023, 10:16 AM IST

award to District Collector
ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା । ଜାତୀୟ ମତଦାତା ଦିସରେ ମହାମହିମ ରାଜ୍ୟପାଳ କଲେ ସମ୍ବର୍ଦ୍ଧନା । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ କରାଯାଇ ଏହାର ଚୂଡ଼ାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୦୫ ତାରିଖରେ ପ୍ରକାଶ ପାଇଛି । ରାଜ୍ୟସ୍ତରରେ ଆଧାର ସଂଯୋଗରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି କାର୍ଯ୍ୟର ଅନ୍ୟ ସମସ୍ତ ପର୍ଯ୍ୟାୟରେ ଉତ୍ତମ ପାରିଦର୍ଶିତା ଅର୍ଜନ କରିପାରିଛି । ତେବ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କରାଯାଇଛି ।

ତ୍ରୟୋଦଶ ଜାତୀୟ ମତଦାତ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବଭବନ ଠାରେ ଅନୁଷ୍ଟିତ ସମାରୋହରେ ମୁଖ୍ୟଅତିଥି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ରାଜ୍ୟସ୍ତରରେ ଭୋଟର ତାଲିକା ସଂଶୋଧନ ଓ ଆଧାରକାର୍ଡ ସଂଯୋଗାରେ ନବରଙ୍ଗପୁର ଜିଲ୍ଲା ୯୩.୩୪ ପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାପାଳ ଡକ୍ଟର ମିଶ୍ର ଏହି ସଫଳତାର ସମସ୍ତ ଶ୍ରେୟ ଏଥିରେ ସଂପୃକ୍ତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ରାଜନୈତିକ ଦଳ, ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଇଛନ୍ତି ।

ଆଜି ହେଉଛି ଜାତୀୟ ମତଦାତା ଦିବସ । ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହେବେ, ଅବାଧ ଓ ମୁକ୍ତ ମତଦାନ କରିବେ ତାହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜି(ଜାନୁଆରୀ 25) ଦିନରେ ପାଳନ ହୁଏ ଜାତୀୟ ମତଦାତା ଦିବସ । ଏହି ଅବସରରେ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଯାଇଛି ସର୍ବବୃହତ ମାନବ ଶୃଙ୍ଖଳାର ଚେନ । ଭୋଟରଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଜାତୀୟ ଭୋଟର ଦିବସ ପାଳନ କରାଯାଇଛି । ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ତଥା ନୂତନ ଭୋଟରଙ୍କୁ ସଚେତନ କରିବା ଉଦେଶ୍ୟ ରେ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ । ସୁପରଭାଇଜର ଓ ବୁଥସ୍ତରୀୟ ଅଧିକାରୀଙ୍କୁ ଉତ୍ସାହିତ କରିବ । ଯେଉଁମାନେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ବାଚନ ତାଲିକା ପ୍ରସ୍ତୁତରେ କାର୍ଯ୍ୟ କରୁଛନ୍ତି ।

ମତଦାନ ସମସ୍ତଙ୍କ ଅଧିକାର । ଭୋଟ ଦେବାର ଅଧିକାରରୁ କୌଣସି ଜଣେ ବ୍ୟକ୍ତି ବଞ୍ଚିତ ହେବା ସମ୍ବିଧାନ ପାଇଁ ହାନିକାରକ । ତୃଣମୂଳ ସ୍ତରରେ ନାଗରିକମାନେ ସଚେତନ ହେଲେ ହିଁ ଦେଶ ସମୃଦ୍ଧ ହେବ । ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରମାନଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଉଛି । ବିଶେଷ କରି ଯୁବବର୍ଗର ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.