ETV Bharat / state

ନବରଙ୍ଗପୁରରେ ସାର ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ, ହାତଯୋଡିଲେ କୃଷି ଅଧିକାରୀ

author img

By

Published : Jul 31, 2021, 11:43 AM IST

ନବରଙ୍ଗପୁରରେ ସାର ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ, ହାତଯୋଡିଲେ କୃଷି ଅଧିକାରୀ
ନବରଙ୍ଗପୁରରେ ସାର ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ, ହାତଯୋଡିଲେ କୃଷି ଅଧିକାରୀ

ୟୁରିଆ ସାର ପାଇଁ ନବରଙ୍ଗପୁରରେ ରାସ୍ତାରୋକ । ଥାନା ଅଧିକାରୀ ଓ ଚାଷୀ ଧସ୍ତାଧସ୍ତି, ହାତଯୋଡି ଶାନ୍ତ ରହିବାକୁ ନେହୁରା କଲେ କୃଷି ଅଧିକାରୀ । ଅଧିକ ପଢନ୍ତୁ...

ନବରଙ୍ଗପୁର: ବର୍ଷାର ଆଗମନ ପରେ ଚାଷ ପାଇଁ ତତ୍ପର ହୋଇଛି ଚାଷୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ମୁଖ୍ୟତ ଧାନ ଓ ମକା ଚାଷ କରାଯାଇଥାଏ । କିନ୍ତୁ ଏଥିପାଇଁ ଆବଶ୍ୟକ ରହିଥିବା ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି ଜିଲ୍ଲାରେ । ଫଳରେ କିଛିଦିନର ବ୍ୟବଧାନ ପରେ ପୁଣି ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ନବରଙ୍ଗପୁରରେ ସାର ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ, ହାତଯୋଡିଲେ କୃଷି ଅଧିକାରୀ


ସୂଚନା ଅନୁଯାୟୀ ସାର ପାଇଁ ଗତ ଦୁଇଦିନ ପୂର୍ବରୁ କଂଗ୍ରେସ ସମର୍ଥନରେ ଆନ୍ଦୋଳନ କରିଥିଲେ ଚାଷୀ । ପରେ ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରାଶାସନ ନିଜ ପ୍ରତିଶୃତି ରଖି ପାରିନଥିବା ଅଭିଯୋଗ ଆସିଛି ନବରଙ୍ଗପୁରରୁ । ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ଉମରକୋଟ ଆରସିଏମଏସକୁ ଆସି ସାର ନପାଇ ଖାଲି ହାତରେ ଫେରୁଛନ୍ତି । ବାରମ୍ବାର ଆସି ସାର ନପାଇବାରୁ ଶେଷରେ ବାଧ୍ୟହୋଇ ଆରସିଏମଏସ ଆଗରେ ରାସ୍ତାରୋକ୍ କରିଥିଲେ । ଏହାପରେ ପୋଲିସ ଓ କିଛି କଂଗ୍ରେସ ନେତା ଚାଷୀଙ୍କୁ ବୁଝା ସୁଜା କରିବା ପରେ ରାସ୍ତାରୁ ହଟିଛନ୍ତି ଚାଷୀ ।

ପରବର୍ତ୍ତୀ ସମୟରେ ଉମରକୋଟ ଫେଡେରେସନ ଠାରେ ଏକତ୍ରିତ ହୋଇ ସାର ଶୀଘ୍ର ଯୋଗାଇଦେବା ପାଇଁ ପ୍ରତିବାଦ କରିଥିଲେ । ଏହି ସମୟରେ ଉତ୍ୟକ୍ତ ଚାଷୀ, ଫେଡେରେସନ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ ।
ଜିଲ୍ଲା କୃଷି ଅଧିକାରୀ ସତ୍ୟ ପ୍ରସାଦ ସାମନ୍ତରାୟ ହାତଯୋଡି ଚାଷୀଙ୍କୁ ଅନୁରୋଧ କରିବା ସହ ଲିଖିତ ପ୍ରତିଶୃତି ଦେଇ ଆସନ୍ତା ମଙ୍ଗଳବାର ସୁଦ୍ଧା ସାର ଯୋଗାଇ ଦିଆଯିବ ବୋଲି କହିବା ପରେ ଅସନ୍ତୋଷ ହଟିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.