ETV Bharat / state

ଖସୁଛି କୋରୋନା, ନବରଙ୍ଗପୁରରେ ଆଜି ଜଣେ କୋଭିଡ ପଜିଟିଭ ଚିହ୍ନଟ

author img

By

Published : Nov 27, 2020, 10:41 PM IST

ନବରଙ୍ଗପୁରରେ ଆଜି ଜଣେ କୋଭିଡ ପଜେଟିଭ ଚିହ୍ନଟ
ନବରଙ୍ଗପୁରରେ ଆଜି ଜଣେ କୋଭିଡ ପଜେଟିଭ ଚିହ୍ନଟ

ନବରଙ୍ଗପୁରରେ ତଳକୁ ଖସିଛି କୋରୋନା ଗ୍ରାଫ୍ l ଆଜି(ଶୁକ୍ରବାର) ମାତ୍ର ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛି ।

ନବରଙ୍ଗପୁର: ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସେହି କ୍ରମରେ ମଧ୍ୟ ସବୁ ଜିଲ୍ଲା ଗୁଡିକରୁ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନବରଙ୍ଗପୁରରେ ତଳକୁ ଖସିଛି କୋରୋନା ଗ୍ରାଫ୍ l ଆଜି(ଶୁକ୍ରବାର) ମାତ୍ର ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛି ।

ନବରଙ୍ଗପୁରରେ ଆଜି ଜଣେ କୋଭିଡ ପଜେଟିଭ ଚିହ୍ନଟ
ନବରଙ୍ଗପୁରରେ ଆଜି ଜଣେ କୋଭିଡ ପଜେଟିଭ ଚିହ୍ନଟ

ନବରଙ୍ଗପୁରରେ କୋରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ସକ୍ରିୟ ରୋଗୀ ସଂଖ୍ୟା ଏବେ ଦିନକୁ ଦିନ କମିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ମାତ୍ର ଜଣେ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମର ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,718 ହୋଇଥିବା ବେଳେ 5,598 ଜଣ ସୁସ୍ଥ ହୋଇଛନ୍ତି ଏବଂ 75 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ହେଉଛନ୍ତି । ଅନ୍ୟପଟେ ଜିଲ୍ଲାରେ 1ଲକ୍ଷ 17 ହଜାର 232 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.