ETV Bharat / state

ଅଗ୍ନିକାଣ୍ଡରେ ପୋଡି ମହିଳା ଗୁରୁତର

author img

By

Published : Jan 16, 2020, 3:30 AM IST

nabarangapur fire
ଭୟାବହ ଅଗ୍ନିକାଣ୍ଡ

ନବରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡରେ ମହିଳା ଗୁରୁତର । ସହର ମଧ୍ୟରେ ଥିବା ଏକ ମସଜିଦ ନିକଟ ଗୋଟିଏ ଦୋକାନ ଗୃହରେ ପ୍ରଥମେ ନିଆଁ ଲାଗିଥିଲା ।

ନବରଙ୍ଗପୁର: ଭୟାବହ ଅଗ୍ନିକାଣ୍ଡରେ ମହିଳା ଗୁରୁତର । ନବରଙ୍ଗପୁର ସହର ମଧ୍ୟରେ ଥିବା ଏକ ମସଜିଦ ନିକଟ ଗୋଟିଏ ଦୋକାନ ଗୃହରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଦେଖୁଦେଖୁ ଦୋକାନକୁ ଲାଗିଥିବା ଘରକୁ ବ୍ୟାପି ଯାଇଥିଲା । ଯେଉଁଥିରେ ଘରେ ଥିବା ମହିଳା ଜଣକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହିଳା ଜଣଙ୍କର ଶରୀରର କିଛି ଅଂଶ ପୋଡି ହୋଇଯାଇଛି ।

ଭୟାବହ ଅଗ୍ନିକାଣ୍ଡ

ଗୁରୁତର ମହିଳା ଜଣକ ହେଲେ ନବରଙ୍ଗପୁର ସହରର ପି: ଉଷାରାଣୀ । ସେ ଘରେ ଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ଘରର ସମସ୍ତ ଆସବାପତ୍ର, ଧାନ ଚାଉଳ ପୋଡି ଯିବା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଖବରପାଇ ନବରଙ୍ଗପୁର ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ ।

ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି l ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

Intro:ସ୍ଲୋଗ- ଅଗ୍ନିକାଣ୍ଡ, ଜଣେ ଗୁରୁତର ।
ଫର୍ମାଟ - ଏଭିଓ , ୧୫/୦୧/୨୦
ରିପୋର୍ଟ- ତପନ ବିଷୋୟୀ, , ନବରଙ୍ଗପୁର
------------------------------------------------------------
ଆଙ୍କର- ନବରଙ୍ଗପୁର ସହର ମଧ୍ୟରେ ଥିବା ମସଜିଦ ପାଖରେ ଗୋଟିଏ ଦୋକାନ ଗୃହ ସହିତ ଗୋଟିଏ ଘରେ ନିଆଁଲାଗି ଚାରଖାର ହେଇଯାଇଛି । ଭୟାଭୟ ଅଗ୍ନି କାଣ୍ଡରେ ଗୋଟିଏ ମହିଳା ଗୁରୁତର ହୋଇଛନ୍ତି । ସେଠାରୁ ମହିଳା ଙ୍କୁ ଉଦ୍ଧାର କରି ମୁଖ୍ୟ ମେଡିକାଲ ନିଆଯାଇଛି । ମହିଳା ଜଣଙ୍କର ଶରୀର ର କିଛି ଅଂଶ ପୋଡି ଆହତ ହୋଇଛନ୍ତି l ଗୁରୁତର ମହିଳାଙ୍କ ନାମ ନବରଙ୍ଗପୁର ସହରର ପି: ଉଷାରାଣୀ । ଆଜି ଉଷାରାଣି ଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏଥିରେ ଘର ର ସମସ୍ତ ଆସବାପତ୍ର ସମେତ ଧାନ ଚାଉଳ ପୋଡିଜିବା ସମେତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ଯାଇଛି । ନିଆଁ ଲାଗିଥିବା ଖବର ପାଇ ନବରଙ୍ଗପୁର ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିବା ସହ ଗୁରୁତର ଉଷାରାଣୀ ଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି l କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ରେ ପ୍ରାୟ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି lBody:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.