ETV Bharat / state

ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ, ସିସିଟିଭିରେ ଦୁର୍ଘଟଣା ଲାଇଭ

author img

By

Published : Mar 30, 2021, 4:06 PM IST

Updated : Mar 30, 2021, 4:19 PM IST

ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ: ଜଣେ ମୃତ
ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ: ଜଣେ ମୃତ

ନବରଙ୍ଗପୁରରେ ଭାରସାମ୍ୟ ହରାଇ ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ । ଜଣେ ମୃତ, ଜଣେ ଗୁରୁତର । ଅଧିକ ପଢନ୍ତୁ...

ନବରଙ୍ଗପୁର: ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଚାଉଳ ବୋଝେଇ ଟ୍ରକକୁ ପିଟିଲା ବାଇକ, ସିସିଟିଭିରେ ଦୁର୍ଘଟଣା ଲାଇଭ

ତେବେ ଏହି ଦୁର୍ଘଟଣାର ଲାଇଭ ଭିଡିଓ ଘଟଣାସ୍ଥଳରେ ଥିବା ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଜଟାବାଲ ଗାଁ ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ମୁଖ୍ୟରାସ୍ତା ଦେଇ ଏକ ଚାଉଳ ବୋଝେଇ ଟ୍ରକ ଯାଉଥିବା ସମୟରେ ପିପଲଗୁଡା ଗାଁର ଦୁଇ ଯୁବକ ସାମ ଭତ୍ରା ଓ ନବୀନ ଭତ୍ରା ଏକ ବାଇକରେ ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ସିଧା ଚାଉଳ ବୋଝେଇ ଟ୍ରକକୁ ପଛପଟୁ ପିଟିଦେଇଥିଲେ । ଫଳରେ ଘଟଣାସ୍ଥଳରେ ସାମଙ୍କର ମୃତ୍ୟୁ ହୋଇ ଥିବାବେଳେ ନବୀନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଡାକ୍ତରଖନାରେ ଭର୍ତ୍ତି କରିଛନ୍ତି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Mar 30, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.