ETV Bharat / state

ନବରଙ୍ଗପୁରରେ ବଜ୍ରାଘାତ ନେଲା 17 ବର୍ଷିୟ ନାବାଳକର ଜୀବନ

author img

By

Published : Apr 18, 2022, 7:03 AM IST

ବଜ୍ରାଘାତରେ ଜଣେ ମୃତ, ଜଣେ ଆହତ
ବଜ୍ରାଘାତରେ ଜଣେ ମୃତ, ଜଣେ ଆହତ

ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରାଘାତରେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ, ଅନ୍ୟଜଣେ ଆହତ । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ଗ୍ରାମର ବଜ୍ରାଘାତରେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ । ଗାଈ ଚରାଇବାକୁ ଯାଇଥିବା ସମୟରେ ମୃତ୍ୟୁ ଘଟିଥିବା ସୂଚନା । ନାବାଳକ ଜଣକ ମେଦନା ଗ୍ରାମର ବଳି ମାଝୀଙ୍କ ପୁଅ ଶ୍ରୀକାନ୍ତ ମାଝୀ(୧୭) ବୋଲି ଜଣାପଡିଛି । ଏଥିରେ ଅନ୍ୟ ଜଣେ ନାବାଳକ ସାମାନ୍ୟ ଆହତ ହୋଇଛି ।

ସୂଚନା ଅନୁଯାୟୀ, ଶ୍ରୀକାନ୍ତ ରବିବାର ଗାଈ ଚରାଇବାକୁ ଗ୍ରାମ ନିକଟ ଜମିକୁ ଯାଇଥିଲା । ଅଚାନକ କାଳବୈଶାଖୀ ସହ ବର୍ଷା ହେବାରୁ ସେ ଏକ ଗଛ ମୂଳରେ ଆଶ୍ରୟ ନେଇ ଥିବାବେଳେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତ ନାବାଳକ ଶ୍ରୀକାନ୍ତ ମାଝୀର ଅତି ନିକଟରେ ପଡ଼ିବାରୁ ଦେହର କିଛି ଅଂଶ ଜଳିଯିବା ସହ ଅଚେତ୍ ହୋଇଯାଇଥିଲେ । ଜମି ନିକଟରେ ଥିବା ଅନ୍ୟ ଜଣେ ୧୦ ବର୍ଷର ନାବାଳକ ରାମସାଇ ମାଝୀ ମଧ୍ୟ ବଜ୍ରାଘାତ ଦ୍ଵାରା ସାମାନ୍ୟ ଆହତ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡକ୍ଟର ଶ୍ରୀକାନ୍ତ ମାଝୀକୁ ମୃତ ଘୋଷଣା କରିଥିଲେ । ତେବେ ସାମାନ୍ୟ ଆହତ ନାବାଳକ ମାଝୀର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି । ସେପଟେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ନବରଙ୍ଗପୁରର ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.