ETV Bharat / state

ଶିକ୍ଷୟିତ୍ରୀଙ୍କ ବଦଳିକୁ ଗ୍ରାମବାସୀଙ୍କ ବିରୋଧ: ସ୍କୁଲ୍‌ ତାଲା ପକାଇଲେ, ଧାରଣାରେ ବସିଲେ

author img

By

Published : Dec 7, 2021, 9:01 PM IST

ଶିକ୍ଷୟିତ୍ରୀଙ୍କ ବଦଳିକୁ ଗ୍ରାମବାସୀଙ୍କ ବିରୋଧ, ସ୍କୁଲ୍‌ ତାଲା ପକାଇଲେ, ଧାରଣାରେ ବସିଲେ
ଶିକ୍ଷୟିତ୍ରୀଙ୍କ ବଦଳିକୁ ଗ୍ରାମବାସୀଙ୍କ ବିରୋଧ, ସ୍କୁଲ୍‌ ତାଲା ପକାଇଲେ, ଧାରଣାରେ ବସିଲେ

ପିତାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରିଛନ୍ତି ଗ୍ରାମବାସୀ ଓ ଅଭିଭାବକ । ଏହାକୁ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଜିଲ୍ଲା ପିତାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ଗ୍ରାମବାସୀ ଓ ଅଭିଭାବକଙ୍କ ବିରୋଧ ଜାରି ରହିଛି । ଏହାକୁ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଗ୍ରାମବାସୀ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୁତାବକ ଶିକ୍ଷକଶିକ୍ଷୟିତ୍ରୀ ନଥିବା ଜଣଙ୍କ ବଦଳିକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗତକାଲିଠାରୁ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତ୍ୟାହାର କରିବାକୁ ଦାବି କରି ଆସୁଛନ୍ତି ଗ୍ରାମବାସୀ ।

ଶିକ୍ଷୟିତ୍ରୀଙ୍କ ବଦଳିକୁ ଗ୍ରାମବାସୀଙ୍କ ବିରୋଧ, ସ୍କୁଲ୍‌ ତାଲା ପକାଇଲେ, ଧାରଣାରେ ବସିଲେ

ଏହା ବି ପଢ଼ନ୍ତୁ: ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

୧୯୭୮ ମସିହାରେ ପିତାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ମୋଟ ୧୦୯ ଜଣ ଛାତ୍ରଛାତ୍ରୀ ଏହି ସ୍କୁଲ୍‌ରେ ପାଠ ପଢ଼ୁଥିବାବେଳେ ସେମାନଙ୍କ ପାଇଁ ମାତ୍ର ୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି । ଏଭଳି ସ୍ଥିତିରେ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ କରି ଅନ୍ୟ ବିଦ୍ୟାଳୟକୁ ବଦଳି କରୁଛି ପ୍ରଶାସନ । ଏହାକୁ ନେଇ ଗ୍ରାମବାସୀ ଉତକ୍ଷିପ୍ତ ହେବା ସହ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଏହାସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପିତାରିଗୁଡା ବିଦ୍ୟାଳୟରେ ୫୬ ଜଣ ଛାତ୍ରୀ ପାଠ ପଢ଼ୁଛନ୍ତି । ଏଥିପାଇଁ ସ୍କୁଲ୍‌ରେ ଜଣେ ଶିକ୍ଷୟିତ୍ରୀଙ୍କ ଆବଶ୍ୟକ ରହିଛି । ହଠାତ୍ ତରବରିଆ ଭାବେ ଶିକ୍ଷୟିତ୍ରୀଙ୍କୁ ପିତାରିଗୁଡା ବିଦ୍ୟାଳୟରୁ ମୈଦଲପୁର ନିକଟସ୍ଥ କଣ୍ଟାସା ବଦଳିକୁ ବିରୋଧ ହୋଇଛି । ଶିକ୍ଷୟିତ୍ରୀଙ୍କ ବଦଳିକୁ ପ୍ରତ୍ୟାହାର କରିବାକୁ ଛାତ୍ରଛାତ୍ରୀ ଓ ଅବିଭାବକ ନିବେଦନ କରିଛନ୍ତି । ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ସିଆର୍‌ସିସି ସହ ଗ୍ରାମବାସୀଙ୍କ ଆଲୋଚନା ଜାରି ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.