ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରେସମିଟ୍

author img

By

Published : Oct 15, 2019, 3:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା ପରେ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରେସମିଟ୍ ।

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେବ ନବକଳେବର । 'ମୋ ସରକାର' କାର୍ଯ୍ୟକ୍ରମ ଅନୁଯାୟୀ 5'ଟି' ସଚିବ ହସ୍ପିଟାଲ ପରିଦର୍ଶନ କରିଥିଲେ । ହସ୍ପିଟାଲର ବିଭିନ୍ନ ସମସ୍ୟାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦାଖଲ କରିଥିଲେ । ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହେବାପରେ, ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ପରେ ସଚିବଙ୍କ ରିପୋର୍ଟ ଆଧାରରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ, ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଇ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ।

Nabarangpur Collecter Pressmeet
ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଜିଲ୍ଲା ହସ୍ପିଟାଲର ଶଯ୍ୟା ସଂଖ୍ୟା 200କୁ ବୃଦ୍ଧି ହେବ । ଏଥିସହିତ ଆଉ ଏକ ନୂଆ ହସ୍ପିଟାଲ ବିଲ୍ଡିଂ ନିର୍ମାଣ କରାଯିବ । ରୋଗୀଙ୍କ ସମ୍ପର୍କୀୟଙ୍କ ରହଣୀ ପାଇଁ ମଧ୍ୟ ବ୍ୟବସ୍ଥା ହେବ । ଏଥିସହିତ ଆମ୍ବୁଲାନ୍ସ ଆବଶ୍ୟକତା ମଧ୍ୟ ପୂରଣ ପାଇଁ ଘୋଷଣା କରିଛନ୍ତି । 3ଟି ଲେଖାଏଁ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଘୋଷଣା ହୋଇଛି । ଏହାସହ ରକ୍ତ ଅଭାବ ସମସ୍ୟା ଦୂର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇଛନ୍ତି । ଜିଲ୍ଲା ରକ୍ତ ଭଣ୍ଡାର ପାଇଁ ରକ୍ତ ଦାତାଙ୍କୁ ଆର୍ଥିକ ସାହାଯ୍ୟ ମିଳିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ, ଜିଲ୍ଲା ଏସପିଙ୍କୁ ସ୍ବତନ୍ତ୍ର ଭାବେ ୧୦ ଲକ୍ଷ ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ 'ମୋ ସରକାର' ଯୋଜନା ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦଲାଲ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଆବଶ୍ୟକ ସ୍ଥଳେ ଅଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା ନେଇ ଏସପି କହିଛନ୍ତି । ରକ୍ତ ଅଭାବ ସମସ୍ୟା ଦୂର କରିବାକୁ ପ୍ରଶାସନ ପକ୍ଷରୁ ରକ୍ତ ଦାନ ଶିବିର ମାନ ଆୟୋଜନ କରାଯିବ । ସପ୍ତାହକ ମଧ୍ୟରେ ଏହି ସମସ୍ୟାକୁ ଦୂର କରାଯିବ ବୋଲି ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

f


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.