ETV Bharat / state

ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି

author img

By

Published : Jan 12, 2022, 3:41 PM IST

ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି
ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି

ରାଜ୍ୟରେ ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ତତ୍ପର ହୋଇପଡିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ନବରଙ୍ଗପୁର : ରାଜ୍ୟରେ ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ତତ୍ପର ହୋଇପଡିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର । ନିର୍ବାଚନର ସମସ୍ତ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ କୋଭିଡ କଟକଣା ମଧ୍ୟରେ ପାଳନ ହେବ । ସମସ୍ତ ପ୍ରକ୍ରିୟାରେ କୋଭିଡ କଟକଣାକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି

କଟକଣାକୁ ଉଲଘଂନ କରୁଥିବା ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୨୬ ଟି ଜିଲ୍ଲା ପରିଷଦ, ୧୮୯ ଟି ସରପଞ୍ଚ, ସମିତିସଭ୍ୟ ଓ ୨୨୨୭ ଟି ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବ । ଜିଲ୍ଲାରେ ଫେବୃୟାରୀ ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ନିର୍ବାଚନ ହେବ । ସେହିପରି ଫେବୃୟାରୀ ୧୮ରେ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ, ୨୦ରେ ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ, ୨୨ରେ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ, ୨୪ରେ ରାଇଘର ଓ ଉମରକୋଟ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ ।

ଜିଲ୍ଲାର ୭ ଲକ୍ଷ ୮୮ହଜାର ୨ଶହ ୫୪ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଥିନିମନ୍ତେ ଆଗାମୀ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ୨୧ ଜାନୁୟାରୀରେ ଏହି ପ୍ରକ୍ରିୟା ଶେଷ ହେବ । ୨୨ ଜାନୁୟାରୀରେ ଯାଞ୍ଚ ଓ ୨୩ରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଚଳିତ ମାସ ୨୫ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଏହାସହ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.