ETV Bharat / state

ବଜ୍ରାଘାତ ବିପତିରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ ଦେଖାଇଲେ ଡେମୋ

author img

By

Published : Apr 26, 2022, 9:40 PM IST

ବଜ୍ରାଘାତ ବିପତିରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ ଦେଖାଇଲେ ଡେମୋ
ବଜ୍ରାଘାତ ବିପତିରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ ଦେଖାଇଲେ ଡେମୋ

ଜିଲ୍ଲାପାଳ ଦେଖାଇଲେ ବଜ୍ରାଘାତରୁ ନିଜକୁ ସୁରକ୍ଷିତ ରଖିବାର କୌଶଳ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ପ୍ରେରଣାଦାୟୀ ଚିତ୍ର । ଅଧିକ ପଢ଼ନ୍ତୁ

ନବରଙ୍ଗପୁର : ଖରାଦିନିଆ କାଳ ବୈଶାଖୀ ସହ ବଜ୍ରାଘାତ ସବୁଠୁ ଅଧିକ ବିପଦପୂର୍ଣ୍ଣ । ବର୍ତ୍ତମାନ ସନ୍ଧ୍ୟା ସମୟ ଆସିଲେ ହଠାତ ଆକାଶରେ କଳାମେଘ ଘୋଟି ଆସି ଜୋରରେ ପବନ ବହିବା ସହିତ ଆରମ୍ଭ ହୋଇଯାଏ ଘଡଘଡି ଓ ବର୍ଷା । ତେବେ ଏହି ବଜ୍ରାଘାତରୁ ବଞ୍ଚିବା ପାଇଁ ଅନେକ କୌଶଳ ରହିଛି । ଘଡଘଡି ସମୟରେ ଗଛ ମୂଳରେ ରହିବା ପାଇଁ ସର୍ବଦା ବାରଣ କରାଯାଇଛି ।

ବଜ୍ରାଘାତ ବିପତିରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ ଦେଖାଇଲେ ଡେମୋ

ସେହିଭଳି ଖୋଲା ଆକାଶ ତଳେ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କିଛି କୌଶଳ ଦ୍ୱାରା ନିଜକୁ ସୁରକ୍ଷିତ ରଖା ଯାଇପାରିବ । ତେବେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେନେଇ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଭିନ୍ନ ଧରଣର ଦୃଶ୍ୟ । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦେଖାଇଛନ୍ତି ବଜ୍ରାଘାତ ବିପତିରୁ ବଞ୍ଚିବାର କୌଶଳ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚଳନା କମିଟି ବୈଠକରେ ଜିଲ୍ଲାପାଳ ନିଜେ କୌଶଳ ପ୍ରଦର୍ଶନ କରିଛନ୍ତି ।

ଏହି ବୈଠକରେ ନବରଙ୍ଗପୁରର ବିଧାୟକଙ୍କ ସହ ଅନେକ ରାଜନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ଏହି କୌଶଳ ଶିକ୍ଷା ପ୍ରଦର୍ଶନ କରିଛନ୍ତି ।ଜିଲ୍ଲାପାଳଙ୍କ ଏହି କୌଶଳ ପ୍ରଦର୍ଶନ ସମୟରେ ଉପସ୍ଥିତ ସମସ୍ତେ ଏହାର ଭରପୁର ମଜା ନେବାସହ କୌଶଳ ଶିକ୍ଷା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.