ETV Bharat / state

ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ

author img

By

Published : Jul 7, 2021, 7:22 AM IST

Nabarangpur collecter oversaw the improvement work of the shiva temple work and planted trees
ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ

ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ । ଏହାସହ ମନ୍ଦିର ପରିସରରେ କଲେ ବୃକ୍ଷରୋପଣ । ଅଧିକ ପଢନ୍ତୁ...

ନବରଙ୍ଗପୁର: ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହ ମନ୍ଦିର ପରିସରରେ ବୃକ୍ଷରୋପଣ କଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର । ପାପଡାହାଣ୍ଡି ପ୍ରସିଦ୍ଧ ଶୈବପୀଠର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କାର ଅନୁଦାନ ରାଶି ମିଳିଥିଲା ।

ସେହି ଟଙ୍କାରେ ମନ୍ଦିର ଉନ୍ନତି କରଣକାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଜିଲ୍ଲାପାଳ ସେ ଗୁଡିକର ତଦାରଖ କରିଥିଲେ । ଖୁବଶିଘ୍ର କାର୍ଯ୍ୟକୁ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସହିଦ ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମୋଡ଼ରେ ଉଦଘାଟନ କରାଯିବା ପାଇଁ ରାଜ୍ୟକୁ ଜଣାଇଥିବା କହିଥିଲେ ।

ଏହି ଅବସରରେ ମନ୍ଦିର ପରିବେଶକୁ ସୁନ୍ଦର କରିବା ପାଇଁ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ଲଗାଇଥିଲେ । ଏହି ସମୟରେ ପାପଡାହାଣ୍ଡି ବିଡ଼ିଓ , ତହସିଲଦାର, ପାପଡାହାଣ୍ଡି ବ୍ଲକ ସହକାରୀ ଯନ୍ତ୍ରୀଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.