ETV Bharat / state

ଠିକାଦାରଙ୍କ ଜୀବନ ନେଲା ଭାଲୁ

author img

By ETV Bharat Odisha Team

Published : Dec 9, 2023, 12:12 PM IST

ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ
ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

Bear Attack: ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆକ୍ରମଣରେ ଜଣେ ପେଟି ଠିକାଦାରଙ୍କ ମୃତ୍ୟୁ ଘଟିଛି । ସେ ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ । ଅଧିକ ପଢନ୍ତୁ

ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

ନବରଙ୍ଗପୁର: ଭାଲୁ ନେଲା ଜୀବନ । ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଜଣେ ପେଟି ଠିକାଦାରଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ମଧ୍ୟପ୍ରଦେଶ ମହିୟର ଗାଁର ବ୍ରିଜେଶ ଦ୍ଵିବେଦୀ ବୋଲି ଜଣାପଡିଛି । ସେ ଜିଲ୍ଲାର ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ । ଆଜି ଭୋରରୁ ସେ ଶୌଚ ପାଇଁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ବ୍ରିଜେଶ ରାସ୍ତା ପାର୍ଶ୍ଵରେ ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ । ଆଜି ଭୋରରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଏଭଳି କି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେ଼ଇ ମଧ୍ୟ କରିଥିଲା।ସେପଟେ କ୍ୟାମ୍ପରେ ଥିବା ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇବାକୁ ଉଦ୍ୟମ ମଧ୍ୟ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ଜଙ୍ଗଲୀ ଭାଲୁ ଶିକାରରେ ଠିକାଦାର ଜଣକ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ନବରଙ୍ଗପୁରରେ ଆତଙ୍କ ଖେଳାଇଛି ଭାଲୁ, ଭୟଭୀତ ଲୋକେ

ସେହିପରି ଗତ ମାସରେ ଏହି ଅଞ୍ଚଳରେ ଭାଲୁ ଆତଙ୍କ ସୃଷ୍ଟି କରିଥିଲା । ଘରେ ଘରେ ପଶୁଥିଲା ଭାଲୁ । ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଥିବା ନେଇ ଅଭିଯୋଗ ହୋଇଥିଲା l ସେପଟେ ଭାଲୁର ଅବସ୍ଥିତିକୁ ନେଇ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ଏନେଇ ଉଚିତ ପଦକ୍ଷେପ ନ ନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିଲେ । ଯାହାକୁ ନେଇ ବନ ବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଥିଲେ । ତେବେ ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.