ETV Bharat / state

ଦୁର୍ନୀତି ଛାଟ: ଶୌଚାଳୟ ଟଙ୍କା ହଡପ କରି ଚିତ୍ରକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ

author img

By

Published : Jan 16, 2021, 1:52 PM IST

Updated : Jan 16, 2021, 2:11 PM IST

ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ

ସ୍ବଚ୍ଛ ଭାରତ ମିଶନରେ ଆସିଥିବା ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ନିଲମ୍ବିତ । ପଞ୍ଚାୟତରାଜ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମାଲକାନଗିରି/ନବରଙ୍ଗପୁର: ଦୁର୍ନୀତି ଅଭିଯୋଗରେ ଚିତ୍ରକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ । ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ ଓ ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ନିଲମ୍ବିତ ହୋଇଛନ୍ତି । ଝରିଗାଁର ଜେଇ ସୁନୀଲ ସ୍ବାଇଁକୁ ମଧ୍ୟ ନିଲମ୍ବିତ କରାଯାଇଛି । ସ୍ବଚ୍ଛ ଭାରତ ମିଶନରେ ଆସିଥିବା ପାଇଖାନା ଦୁର୍ନୀତି ଅଭିଯୋଗରେ ଏମାନଙ୍କୁ ନିଲମ୍ବନ କରାଯାଇଛି । ଏନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ଚିତ୍ରୋକୋଣ୍ଡା ଓ ଝରିଗାଁ ବିଡିଓ ନିଲମ୍ବିତ

ସ୍ବଚ୍ଛ ଭାରତ ମିଶନ ନାଁରେ ଟଙ୍କା ହଡପ କରୁଥିବା ନେଇ 100 ଜଣ ହିତାଧିକାରୀ ଝରିଗାଁରେ ଏତଲା ଦେଇଥିଲେ । କେବଳ ବନ୍ଦୀଗୁଡା ଗାଁରେ 7 ପରିବାର ରହୁଥିବାବେଳେ ମୋଟ ଜନସଂଖ୍ୟା 27 ରହିଛି । ସେହି ଗାଁରେ ମୋଟ 54ଟି ଶୌଚାଳୟ ରହିଛି । ଶୌଚାଳୟ ଯୋଗାଇ ଦେଉଥିବା କହି ବିଡିଓ କୋଟି କୋଟି ହଡପ କରୁଛନ୍ତି । ଗୋଟିଏ ଶୌଚାଳୟ ପିଛା 2000 ଟଙ୍କା ହିସାବରେ 26355 ଗୋଟି ଶୌଚାଳୟ ତିଆରି କରିବାକୁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆ ପିଶି ନେଇଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଣିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପରେ ନବରଙ୍ଗପୁର DRDAର ପ୍ରକଳ୍ପ ନିର୍ଦ୍ଦେଶକ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ହୋଇଛି । ନିଲମ୍ବନ ହୋଇଛନ୍ତି ଝରିଗାଁ ବିଡ଼ିଓ । ପୂର୍ବରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବ ପ୍ରସାଦ ଦାସ୍ ନିଲମ୍ବନ ହୋଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ମାଲକାନଗିରିରୁ ଦେବଦତ୍ତ ବେହେରା, ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated :Jan 16, 2021, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.