ETV Bharat / state

Hockey world cup trophy tour: ଭବ୍ୟ ସ୍ବାଗତ ଜଣାଇଲେ ନବରଙ୍ଗପୁରବାସୀ

author img

By

Published : Jan 1, 2023, 9:10 PM IST

ନବରଙ୍ଗପୁରରେ ହକି ବିଶ୍ବକପ ଟ୍ରଫିର ଭବ୍ୟ ସ୍ବାଗତ । ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ପହଞ୍ଚିବା ପରେ ବିଶ୍ବକପକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧିକ ପଢନ୍ତୁ

Hockey world cup
Hockey world cup

Hockey world cup

ନବରଙ୍ଗପୁର: ଜିଲ୍ଲାରେ ପୁରୁଷ ହକି ବିଶ୍ବକପ ଟ୍ରଫିର ଭବ୍ୟ ସ୍ବାଗତ କରାଯାଇଛି । ହକି ବିଶ୍ବକପ ସାରା ଓଡିଶାରେ ପରିଭ୍ରମଣ କରୁଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଥିଲା । ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ପହଞ୍ଚିବା ପରେ ବିଶ୍ବକପକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ପଡିଆରେ ବିଶ୍ବକପ ପହଞ୍ଚିବା ପରେ ଜିଲ୍ଲାବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପରେ ଏକ ବିରାଟ ଶୋଭାଯାତ୍ରାରେ ବିଶ୍ବକପ୍‌କୁ ସହର ପରିକ୍ରମା କରାଯାଇଥିଲା।

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜା ବଜାଇ ବିଶ୍ୱକପକୁ ସ୍ବାଗତ କରିଥିଲେ । ସହର ପରିକ୍ରମା ସମୟରେ ଜିଲ୍ଲା ସମସ୍ତ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ ହୋଇଥିଲା । ସହରର ଯୁବକମାନଙ୍କ ଦ୍ବାରା ସମର କଳା ପ୍ରଦର୍ଶିତ ହେବା ସହ କଣ୍ଢେଇ ନାଚ ପରିବେଷିତ ହୋଇଥିଲା । ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ସବୁ ବର୍ଗର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଲୋକନୃତ୍ୟରେ ଅଂଶ ଗ୍ରହଣ କରିଥିଲେ । ବିଶ୍ବକପକୁ ନବରଙ୍ଗପୁରର ସୀମାନ୍ତ ମାଝିଗୁଡାରେ କପ୍‌କୁ ବିଦାୟ ଦିଆଯାଇଥିଲା।

ସେହିପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଉପ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟ ଦାସ, ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଏସ ଶ୍ରୁତି, ଜିଲ୍ଲା ଜରୁରୀକାଳିନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡ଼ାବୁଗାଁ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.