ETV Bharat / state

ମନ୍ଦିରରେ ଗଣେଶ ପୂଜା ପାଳିତ

author img

By

Published : Sep 2, 2019, 11:28 PM IST

ନବରଙ୍ଗପୁରର ଥିବା ରାଜୁ ସାହି ଗଣେଶ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି ଗଣେଶ ପୂଜା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁର: ସମଗ୍ର ଦେଶରେ ମହା ଆଡମ୍ବରରେ ପାଳିତ ହେଉଛି ଗଣେଶ ପୂଜା । ନବରଙ୍ଗପୁରର ଥିବା ରାଜୁ ସାହି ଗଣେଶ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍‌ଧାମରେ ପାଳିତ ହୋଇଛି ଏହି ପୂଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

2014 ମସିହାରୁ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଏହି ପୂଜାକୁ ପାଳନ କରୁଛନ୍ତି ନବରଙ୍ଗପୁର ବାସିନ୍ଦା । ସକାଳ 6ଟାରୁ ଗଣେଶଙ୍କ ମହାସ୍ନାନ ପରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ଏହି ମନ୍ଦିରରେ । ତେବେ ସହରରେ ଗୋଟିଏ ମାତ୍ର ଗଣେଶ ମନ୍ଦିର ରହିଛି । ଏଠାରେ 5ଦିନ ଧରି ପୂଜା ହେବା ନେଇ ଜଣାଇଛି ମନ୍ଦିର ପରିଚାଳନା କମିଟି। ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଲୋକ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.