ETV Bharat / state

ଚାକିରି କରାଇ ଦେବା ନାଁରେ ଠକେଇ, ଠକକୁ ବାନ୍ଧିଲା ନବରଙ୍ଗପୁର ପୋଲିସ

author img

By

Published : Jun 4, 2022, 12:57 PM IST

ଚାକିରୀ କରାଇ ଦେବା ନାଁରେ ଠକେଇ ;ଠକକୁ ବାନ୍ଧିଲା ନବରଙ୍ଗପୁର ପୋଲିସ
ଚାକିରୀ କରାଇ ଦେବା ନାଁରେ ଠକେଇ ;ଠକକୁ ବାନ୍ଧିଲା ନବରଙ୍ଗପୁର ପୋଲିସ

ବ୍ୟାଙ୍କ ଲୋନ ଓ ଚାକିରି କରାଇ ଦେବା ନାଁରେ ଠକେଇ । ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁର ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁର: ଆଦିବାସୀ ଯୁବକ ଯୁବତୀଙ୍କୁ ବ୍ୟାଙ୍କ ଲୋନ ଓ ଚାକିରି କରାଇ ଦେବା ନାଁରେ ଠକେଇ । ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁର ପୋଲିସ । ଏନେଇ ଜିଲ୍ଲା ପୋଲିସ ତରଫରୁ ନବରଙ୍ଗପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି l ଅଭିଯୁକ୍ତ ଠାରୁ ସମୁଦାୟ 3 ଲକ୍ଷ 42 ହଜାର 3 ସହ ଟଙ୍କା,ମୋବାଇଲ ଓ ଲ୍ୟାପଟପକୁ ମଧ୍ୟ ଜବତ ହୋଇଛି ।

ଚାକିରୀ କରାଇ ଦେବା ନାଁରେ ଠକେଇ ;ଠକକୁ ବାନ୍ଧିଲା ନବରଙ୍ଗପୁର ପୋଲିସ

ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଯଦି ଆଉ କେହି ତାଙ୍କ ବିରୋଧରେ ପୁଣି ଠକେଇ ଅଭିଯୋଗ ଆଣନ୍ତି ତା ହେଲେ ରିମାଣ୍ଡରେ ଆଣି ପୁନର୍ବାର ଜେରା କରାଯିବ । ଗିରଫ ଅଭିଯୁକ୍ତ ୩୧ ବର୍ଷିୟ ସୁନୀଲ ହରିଜନ ବୟସ ଘର କୁସୁମୀ l ଅଭିଯୁକ୍ତ ଜଣକ ବ୍ୟାଙ୍କ ସାମ୍ନାରେ ଏକ ଭଡା ଘରେ ଦୀର୍ଘ ଦିନ ହେବ ଏସବୁ କାର୍ଯ୍ୟ ଚାଲୁ ରଖିଥିଲା । ଅଭିଯୁକ୍ତର ବାପା ଜଣେ ପିଟିସନ ଲେଖକ । ଯାହାର ଫାଇଦା ଉଠାଇଛି ସୁନୀଲ l ନିଜ ବାପାଙ୍କୁ ମାଧ୍ୟମ କରି ଅନେକ ଲୋକଙ୍କ ସହ ପରିଚିତ ହୋଇ ଠକିବାରେ ସକ୍ଷମ ହୋଇ ପାରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.