ନକଲି ସୁନା ଇଟା ବିକ୍ରି ଉଦ୍ୟମ, ୧୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗରେ ୪ ଗିରଫ

author img

By

Published : Sep 9, 2022, 12:36 PM IST

ନକଲି ସୁନା ଇଟା ଦେଇ ଟଙ୍କା ଠକିବାକୁ କରିଥିଲେ ଷଡଯନ୍ତ୍ର, ଗିରଫ କଲା ପୋଲିସ

ନକଲି ସୁନା ଇଟା ବିକ୍ରି ଉଦ୍ୟମ କରି ୧୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ୪ ଗିରଫ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ

ନବରଙ୍ଗପୁର: ସାଙ୍ଗକୁ ଚୂନ ଲଗାଇବାକୁ ସାଙ୍ଗ ରଚିଥିଲା ଷଡଯନ୍ତ୍ର । ନକଲି ସୁନା ଇଟା ଦେଇ ୧୦ ଲକ୍ଷ ଟଙ୍କା ଲୁଟିବା ଆଳରେ ଚଳାଇଥିଲେ ଚକ୍ରାନ୍ତ । ସୁନା ଇଟାର ମାନ ଯାଞ୍ଚ ପାଇଁ କହିବାରୁ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଧରି ଚମ୍ପଟ୍‌ ମାରିଲେ ଅଭିଯୁକ୍ତ । ଅଭିଯୋଗ ପରେ ସାଙ୍ଗ ସହ ୩ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ସହରରେ । ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅଞ୍ଚଳରେ ଗତ ୩୦ ତାରିଖ ଗଣେଷ ପୂଜା ଦିନ ସ୍କିଲ ଇଣ୍ଡିଆରେ କାର୍ଯ୍ୟରତ ମିଥୁନ ନାମକ ବ୍ରହ୍ମପୁରର ଯୁବକ ଏକ ସୁନା ଇଟା ମିଳିଥିବା ତାଙ୍କ ସାଙ୍ଗ ସାଗର ଗୌଡ଼ଙ୍କୁ ଫୋନ କରି କହିଥିଲେ ।

ନକଲି ସୁନା ଇଟା ଦେଇ ଟଙ୍କା ଠକିବାକୁ କରିଥିଲେ ଷଡଯନ୍ତ୍ର, ଗିରଫ କଲା ପୋଲିସ

ଏଥିସହ ମିଥୁନ ସେ ଇଟା କିଣିବାକୁ ଚାହୁଁଥିବାରୁ ସାଗରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥୀକ ସହାୟତା ମାଗିଥିଲେ । ଇଟା ବିକ୍ରି ହେବା ପରେ ତାକୁ ଦୁଇଗୁଣା ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଥିରେ ସାଗର ପ୍ରଲୋଭିତ ହୋଇ ୧୦ ଲକ୍ଷ ଟଙ୍କା ନେଇ ଆସି ନବରଙ୍ଗପୁର ଆସିଥିବାବେଳେ, ଯୋଜନା ମୂତାବକ ମିଥୁନ ତାଙ୍କୁ ଡିଏଫଓ ଅଫିସ ପଛ ପଟେ ଥିବା ଏକ ନିଛାଟିଆ ସ୍ଥାନରେ ସୁନା ଇଟା ରଖିବା ଯୁବକଙ୍କ ସହ ଭେଟ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଗଣ୍ଡଗୋଳରୁ ଗଡିଲା ମୁଣ୍ଡ, ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ମୃତ

ଏହାପରେ ସୁନା ଇଟା ଦେଖି ସାଗର ଏହାର ମାନ ଯାଞ୍ଚ କରିବାକୁ କହିବାରୁ ଏଥିରେ ରାଗିଯାଇ ଯୁବକମାନେ ସାଗରଙ୍କୁ ଧମକ ଦେବା ସହିତ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଟଙ୍କା ଛଡାଇ ନେଇଯାଇଥିଲେ । ଏହାପରେ ସାଗର ବ୍ରହ୍ମପୁର ଯାଇ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ବୁଧବାର ନବରଙ୍ଗପୁର ଥାନାରେ ଏକ ମାମଲା ଦାୟର କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି ଥିବାବେଳେ ଅନ୍ୟ ତିନି ଯୁବକ ଫେରାର ଥିବା ପୋଲିସ ସୂଚନା ଦେଇଛନ୍ତି ।

ତେବେ ପଚରାଉଚରା ସମୟରେ ସାଗରର ବନ୍ଧୁ ମିଥୁନ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା । ଗିରଫ ଯୁବକଙ୍କ ଠାରୁ ୪ଲକ୍ଷ ୬୦ ହଜାର ଟଙ୍କା ଜବତ ହେବା ସହ ତାଙ୍କ ଠାରୁ ତିନୋଟି ମୋବାଇଲ ଓ ନକଲି ସୁନା ଇଟା ଜବତ ହୋଇଛି । ଗିରଫ ଚାରି ଅଭିଯୁକ୍ତ ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମିଥୁନ ସାହୁ, ନବରଙ୍ଗପୁର ସହର ଇଚ୍ଛାବତୀ ଗୁଡାର ବଂଶୀଧର ପରିଡା, ପାପଡାହାଣ୍ଡି ବ୍ଲକ ଖଲିଗୁଡା ଗ୍ରାମର ଟୁନୁ ଟାକ୍ରି, ଓ ଜତୀନ୍ଦ୍ର ଖରା ରହିଥିବାବେଳେ ଅନ୍ୟ ତିନି ଅଭିଯୁକ୍ତ ଫେରାର ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.