ETV Bharat / state

ସୀମା ଟପିଲା ବର୍ବରତା, ପଞ୍ଚ ବର୍ଷର ଶିଶୁକୁ ନିର୍ମମ ହତ୍ୟା

author img

By ETV Bharat Odisha Team

Published : Jan 12, 2024, 8:28 AM IST

ସୀମା ଟପିଲା ବର୍ବରତା ,ପଞ୍ଚ ବର୍ଷର ଶିଶୁକୁ ନିର୍ମମ ହତ୍ୟା
ସୀମା ଟପିଲା ବର୍ବରତା ,ପଞ୍ଚ ବର୍ଷର ଶିଶୁକୁ ନିର୍ମମ ହତ୍ୟା

Child Murder Case: ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ମେଣ୍ଡରା ଗାଁର ଶିବ ମନ୍ଦିର ପୂଜକଙ୍କ ପୁଅକୁ ହତ୍ୟା । ଜଣେ ଗିରଫ । ହତ୍ୟାର କରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ସୀମା ଟପିଲା ବର୍ବତା ,ପଞ୍ଚ ବର୍ଷର ଶିଶୁକୁ ନିର୍ମମ ହତ୍ୟା

ନବରଙ୍ଗପୁର: ପଞ୍ଚ ବର୍ଷର ଶିଶୁ ପୁତ୍ରକୁ ଅତି ନିର୍ମମ ଭାବେ ହତ୍ୟା । ବାପା ସମ୍ମୁଖରେ ଶିଶୁକୁ ପଥର ଛେଚି ହତ୍ୟା କରିଛି ଅଭିଯୁକ୍ତ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମେଣ୍ଡରା ଗ୍ରାମରେ । ତେବେ ଅଭିଯୁକ୍ତ ଜଣକ ହେଲା ସେହି ଗ୍ରମର ଜଳନ୍ଧର ସାନ୍ତା ।ସେ ଅତି ଅମାନୁଶିକ ଭାବେ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିଛି । ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଛି ଅଭିଯୁକ୍ତ । ତେବେ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀକୁ ଗିରଫ କରିଛି । ଯୁବକ ଜଣକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ତାହା ବରର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ପୋଲିସ କହିବା ଅନୁସାରେ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମର ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି ଆଜି ମଧ୍ୟ ସକାଳେ ପୂଜା କରିବାକୁ ଗ୍ରାମ ନିକଟରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ । ତାଙ୍କ ସାଥିରେ ଗ୍ରାମର ଅନ୍ୟ ଦୁଇଜଣ ଲୋକ ମଧ୍ୟ ମନ୍ଦିରକୁ ଯାଇଥିଲେ । ପୂଜକ ସନାଧରଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା' ପରିବାର ଲୋକେ ଆଜି ସକାଳ ୯ଟା ସମୟରେ ଶିବ ମନ୍ଦିରରେ ବାପା ନିକଟକୁ ନେଇଥିଲେ । ତେବେ ବାପା ସନାଧର ପୂଜା କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ ଚନ୍ଦନକୁ ଗ୍ରାମର ଜଳନ୍ଧର ସାନ୍ତା ଅଚାନକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା । ବାପା ପୁଅର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ....4 ବର୍ଷର ପୁଅକୁ ହତ୍ୟା କଲା ମାଆ, ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା

ଅନ୍ୟପଟେ ଶିଶୁକୁ ହତ୍ୟା ପରେ ଅଭିଯୁକ୍ତ ଜଣକ ଅତି ବୀଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ଼ ଛିଣ୍ଡାଇ ହାତରେ ଧରି ନିଜ ଘରକୁ ଯାଇଥିଲା । ସନାଧରଙ୍କ ଚେତା ଫେରିବା ପରେ ପୁଅର ମୃତଦେହ ଦେଖି ଚିତ୍କାର କରିଥିଲେ ।ପରେ ଗାଁର ଲେକେ ସଙ୍ଗେ ସଙ୍ଗେ ମନ୍ଦିର ନିକଟରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଜଳନ୍ଧର ସାନ୍ତାକୁ ମଧ୍ୟ ଗିରଫ କରିଛି । ତେବେ କାହିଁକି ଜଣେ ୫ ବର୍ଷର ଶିଶୁକୁ ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.