ETV Bharat / state

ଦୋକାନ ପୂଜାବେଳେ ଅଘଟଣ: ଦଶହରାରେ ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ

author img

By

Published : Oct 7, 2019, 5:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବମୀ ପୂଜା ବେଳେ ଅଘଟଣ । ପୂଜାଦୀପରୁ ଭୂଲବଶତଃ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଟଙ୍କା ପୋଡି ପାଉଁଶ ।

ନବରଙ୍ଗପୁର: ମା'ଙ୍କ ନବମୀ ପୂଜା ବେଳେ ଅଘଟଣ । ଜଳିଗଲା ସମ୍ପୂର୍ଣ୍ଣ ଦୋକାନ ଘର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ କାନାକଟ ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁସାରେ, କାନାକଟା ଗ୍ରାମ ଅମର ଲହରା ସୋମବାର ନିଜ ସାଇକେଲ ସ୍ପେୟାର ପାର୍ଟ ଦୋକାନରେ ମା' ଦୁର୍ଗାଙ୍କ ନବମୀ ପୂଜା କରୁଥିଲେ । ହେଲେ ଭୂଲବଶତଃ ପୂଜାଦୀପରୁ ନିଆଁ ଲାଗି ତାଙ୍କ ଦୋକାନ ଜଳିବା ଆରମ୍ଭ ହୋଇଯାଇଥିଲା । ପୂଜାରେ ଉପସ୍ଥିତି ଥିବା ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଏଥିସହିତ ଅଗ୍ନିଶମ ବିଭାଗକୁ ମଧ୍ୟ ଫୋନ କରିଥିଲେ । କିନ୍ତୁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୋକାନରେ ଥିବା ସବୁ ଜିନିଷ ଜଳିପୋଡି ପାଇଁଶ ହୋଇଯାଇଥିଲା ।

ଉକ୍ତ ନିଆଁରେ ଦୋକାନରେ ଥିବା ପାଖାପାଖି 2 ଲକ୍ଷ ଟଙ୍କାର ସାଇକେଲ ପାର୍ଟ ଏବଂ ନଗଦ ପନ୍ଦର ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ଦୀପରୁ ନିଆ ଲାଗି ଦୋକାନ ଜଳିଗଲା
ସ୍ଥାନ -ନବରଙ୍ଗପୁର
ତା-୦୭.୧୦.୨୦୧୯
ଆଙ୍କର - ଆଜି ମା ଦୁର୍ଗାଙ୍କ ନବମୀ ପୂଜାର ଦୀପରୁ ନିଆଁ ଲାଗି ଏକ ସାଇକେଲ ପାର୍ଟ ଦୋକାନ ସଂପୂଣ୍ଣ ଜଳି ପାଉଁଶ ହୋଇଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକଟ ଗ୍ରାମରେ । ଆଜି କାନାକଟ ଗ୍ରାମର ଅମର ଲହରା ନିଜ ସାଇକେଲ ପାର୍ଟ ଦୋକାନରେ ମା ଦୁର୍ଗାଙ୍କ ନବମୀ ପୂଜା କରିଥିଲେ କିନ୍ତୁ କୋଣସି ଭୁଲ ବସତ ଦୀପରୁ ନିଆଁ ଲାଗି ଦୋକାନ ଜଳିବା ଆରମ୍ବ ହଇଯାଇଥିଲା ।ଫୋଳରେ ଗ୍ରାମବାସି ନିଆଁ ଲାଗିବା ଦେଖି ନିଆଁକୁ ଆୟତ କରିବା କୁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁ ପଡ଼ି ପାଉଁଶ ହୋଇଯାଇଥିଲା । ଦକାନ ମାଲିକଙ୍କ କହିବା ଅନୁଯାୟୀ ଦୁଇ ଲକ୍ଷ୍ୟ ଟଙ୍କାର ପାର୍ଟ ଏବଂ ନଗଦ ପନ୍ଦର ହଜାର ଟଙ୍କା ସଂପୂଣ୍ଣ ପଡ଼ି ପାଉଁଶ ହୋଇଯାଇଛିBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.