ETV Bharat / state

ରଙ୍ଗବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡିର 'ମୃଗବିହାର'

author img

By

Published : Jul 4, 2021, 5:42 PM IST

ରଙ୍ଗ ବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡିର ମୃଗବିହାର
ରଙ୍ଗ ବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡିର ମୃଗବିହାର

ପର୍ଯ୍ୟଟକରେ ଭରା ଚଳଚଞ୍ଚଳ ମିନି ଚିଡିଆଖାନା ଏବେ କୋରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ବେଳେ ଏହାର ରଙ୍ଗ ବେରଙ୍ଗ ଛବିକୁ ରାସ୍ତାର ଯା' ଆସ କରୁଥିବା ଯାତ୍ରୀଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡିଠାରେ ଥିବା ମୃଗବିହାର ବା ମିନି ଚିଡିଆଖାନା ବର୍ତ୍ତମାନ କୋରୋନା କାଳରେ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇ ପଡ଼ିଛି । ମୃଗବିହାର ପରିବେଶକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପରିସରରେ ଥିବା ପାଚେରୀ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ରମାନ ଅଙ୍କାଯାଇ ରଙ୍ଗବେରଙ୍ଗ କରାଯାଉଛି । ଏହି ଚିତ୍ରଗୁଡିକ ଦେଖିଲେ ଯେମିତି ଲାଗୁଛି ନିରବତା ମଧ୍ୟରେ ଚିତ୍ର ଗୁଡିକ କଥା କହୁଛନ୍ତି ।

ରଙ୍ଗ ବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡିର ମୃଗବିହାର


ପାପଡାହାଣ୍ଡି ଅଞ୍ଚଳ ଏକ ପର୍ଯ୍ୟଟନ ସ୍ଥଳୀର ସ୍ଥାନ ହୋଇଥିବାବେଳେ ଏଠାରେ ସହିଦସ୍ମୃତି ସ୍ତମ୍ଭ, ଐତିହାସିକ ଶୈବ ପୀଠ ଏବଂ ମୃଗବିହାର ମିନି ଚିଡିଆଖାନା ଆଦିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ମୃଗବିହାର ଥିବା ହରିଣ ଏବଂ ଚିଡିଆଖାନାରେ ଥିବା ପଶୁ, ପକ୍ଷୀ ଦେଖିବାସହ ପରିସର ମଧ୍ୟରେ ଥିବା ପାର୍କରେ ବୁଲି ଆନନ୍ଦର ମଜା ଉଠାଇଥାନ୍ତି ।

ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ମୃଗବିହାରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ଯୋଗୁଁ ମୃଗବିହାର ପରିବେଶ ଏବେ ଶାନ୍ତ ହୋଇପଡିଛି । ଏହି ଲକଡାଉନ ସମୟରେ ମୃଗବିହାର ପରିସର ଭିତରେ ଏବଂ ବାହାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ତରଫରୁ ମୃଗ ବିହାରର ପାଚେରୀ ଗୁଡିକରେ ସୁନ୍ଦର ସୁନ୍ଦର ଜଙ୍ଗଲ ସମେତ ପଶୁମାନଙ୍କ ଚିତ୍ରମାନ ଅଙ୍କାଯାଉଛି ।

କଳାକାର ତାର ତୂଳୀରେ ଜୀବନ୍ତ ଚିତ୍ର ମାନ ଆଙ୍କିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏହି ଚିତ୍ରମାନଙ୍କୁ ଦେଖିବାକୁ କିଛି ସମୟ ରାସ୍ତାରେ ଅଟକି ଯାଇ ସୁନ୍ଦର ସୁନ୍ଦର ଚିତ୍ର ଗୁଡିକୁ ଦେଖିଥାନ୍ତି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.