ETV Bharat / state

ନବରଙ୍ଗପୁରରେ ଜମି ବିବାଦକୁ ନେଇ ଫସଲ ଜାଳିଦେବା ଘଟଣା, ୬ ଗିରଫ

author img

By

Published : Aug 22, 2022, 7:40 AM IST

cron crops destroyed due to land dispute in nabarangpur
ନବରଙ୍ଗପୁରରେ ଜମି ବିବାଦକୁ ନେଇ ଫସଲ ଜାଳିଦେବା ଘଟଣା, ୬ଗିରଫ

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଗତ ୧୩ ତାରିଖ ଦିନ ଘଟିଥିବା ମକା ଫସଲ ନଷ୍ଟ ଓ ଘରପୋଡି ଘଟଣାରେ ଆଉ ୩ ଅଭିଯୁକ୍ତ ଗିରଫ ଅଭିଯୁକ୍ତ ସଂଖ୍ୟା ୬କୁ ବୃଦ୍ଧି । ଅଧିକ ପଢନ୍ତୁ

ନବରଙ୍ଗପୁର: ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇ ଜାଳିଦେଇଥିଲେ ଏକର ଏକର ଜମି । ଗତ ୧୩ ତାରିଖ ଦିନ ଘଟିଥିବା ମକା ଫସଲ ନଷ୍ଟ ଓ ଘରପୋଡି ଘଟଣା । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଘର ପୋଡିବା ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଇଥିଲେ ନିକଟସ୍ଥ ସିରିଲିଗୁଡ଼ା,କୁସୁମଗୁଡ଼ା,କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ । ଗତ ୧୬ ତାରିଖ ଦିନ ଏହି ଘଟଣାରେ ପୂର୍ବରୁ ୩ ଜଣ ଗିରଫ ହେଇ ଜେଲରେ ରହିଥିବା ବେଳେ ପୋଲିସ ରବିବାର ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ,ଘଟଣାର ତଦନ୍ତକାରୀ ଅଫିସର ସବ ଇନିସପେକ୍ଟର ଖଗେଶ୍ବର ଖସଲା ନିଜର ଟିମକୁ ନେଇ ଗତକାଲି ରାତି ତମାମ ସମ୍ଭାବ୍ୟ ଠିକଣା ଉପରେ ଘନଘନ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଗିରଫ ବ୍ୟକ୍ତିମାନେ ସମସ୍ତେ ସିରଲିଗୁଡା ଗ୍ରାମର ଲାଇବନ ଭତ୍ର।, ପ୍ରଫୁଲ୍ଲ ଗଣ୍ଡ ଓ ସମରଥ ଗଣ୍ଡ ବୋଲି ଜଣାପଡିଛି । ଏନେଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା । ତେବେ ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଏଥିସହ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ତଦନ୍ତକାରୀ ଅଧିକାରୀ ଖଗେଶ୍ବର ଖସଲା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.