ETV Bharat / state

୬ ଘଣ୍ଟିଆ କଂଗ୍ରେସ ହରତାଲ, ମମିତାଙ୍କୁ ନ୍ୟାୟ ପାଇଁ ଲଣ୍ଡା ହେଲେ କର୍ମୀ

author img

By

Published : Nov 12, 2021, 1:06 PM IST

ମମିତାଙ୍କୁ ନ୍ୟାୟ ପାଇଁ ଲଣ୍ଡା ହେଲେ କଂଗ୍ରେସ କର୍ମୀ
ମମିତାଙ୍କୁ ନ୍ୟାୟ ପାଇଁ ଲଣ୍ଡା ହେଲେ କଂଗ୍ରେସ କର୍ମୀ

ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଅଭିନବ ପ୍ରୟାସ । ବିକ୍ଷୋଭ ସ୍ଥଳରେ ଲଣ୍ଡା ହେଲେ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ...

ନବରଙ୍ଗପୁର: ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଦାବିରେ ଅଟଳ କଂଗ୍ରେସ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛି କଂଗ୍ରେସ । କିନ୍ତୁ ନବରଙ୍ଗପୁରରେ ଅଭିନବ ଢଙ୍ଗରେ ମମିତାଙ୍କ ପାଇଁ ନ୍ୟାୟ ମାଗିଛି କଂଗ୍ରେସ ।

ମମିତାଙ୍କୁ ନ୍ୟାୟ ପାଇଁ ଲଣ୍ଡା ହେଲେ କଂଗ୍ରେସ କର୍ମୀ

ବିକ୍ଷୋଭ ସ୍ଥଳରେ କଂଗ୍ରେସ କର୍ମୀ ଲଣ୍ଡା ହୋଇ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜକୁ ଏକ ମାସ ହେବ ମମିତା ମେହେରଙ୍କ ହତ୍ୟା ଘଟିଲାଣି । ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡାଉଥିବା କଂଗ୍ରେସ ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀ ନିଜେ ମନ୍ତ୍ରୀଙ୍କୁ ସାବାସି ଦେଇ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣକୁ ତାଳି ମାରି ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ କରୁଥିବା ନବରଙ୍ଗପୁର କଂଗ୍ରେସ ଅଭିଯୋଗ କରିଛି । ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସକାଳୁ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଏଥିସହ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୂହିକ ଭାବେ ମୁଣ୍ଡନ ହୋଇ ମମିତାଙ୍କ ଆତ୍ମାର ସଦଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି । ଏଭଳି ଅଭିନବ ପ୍ରତିବାଦକୁ ଜନସାଧାରଣ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.