ETV Bharat / state

ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଓ ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

author img

By

Published : Jul 30, 2021, 11:54 AM IST

ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ,ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ
ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ,ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ନବରଙ୍ଗପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ବିଜେପି ପକ୍ଷରୁ ବିରୋଧ । ଅଧିକ ପଢନ୍ତୁ...

ନବରଙ୍ଗପୁର: ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ବିଜେପି ପକ୍ଷରୁ ବିରୋଧ କରଯାଇଛି । ଗୁରୁବାର ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଯୋଗ ଦେଇଥିଲେ । ଖାତିଗୁଡା ଠାରେ ଗତ 1978ରେ ଆରମ୍ଭ ହୋଇଥିବା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ବେସିନ କାର୍ଯ୍ୟାଳୟ ଓ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜୟପୁରକୁ ସ୍ଥାନାନ୍ତର ପାଇଁ ହୋଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହ ପ୍ରତିବାଦ କରିଛି ବିଜେପି ।

ଇନ୍ଦ୍ରାବତୀ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ,ବେସିନ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

2014 ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା 247 କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଅତିଶୀଘ୍ର ଆରମ୍ଭ ପରେ ଶେଷ ହେଲା ପରେ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରନ୍ତୁ । ବୁଡି ଅଞ୍ଚଳର ବିସ୍ଥାପିତଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ବିଜେପି ଦାବି କରିଛି । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଦଳୀୟ ରାଜନୀତି ଠାରୁ ଉର୍ଦ୍ଧରେ ରହି ନବରଙ୍ଗପୁର ଜିଲ୍ଲାର ସାମାଗ୍ରୀକ ବିକାଶ ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଦାବି କରିଛନ୍ତି ।

ଆଗାମୀ ଦିନରେ ଏହି ସବୁ ଦାବି ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ , ଯୁବ ନେତା ମାନସ ରଞ୍ଜନ ଦାଶଙ୍କ ସମେତ ଜିଲ୍ଲା ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.