ETV Bharat / state

ଭୋଗ ଖାଇବାକୁ ମନ୍ଦିରରେ ପଶିଲା ଭାଲୁ, ଗେଟରେ ଚଢି ଖେଳାଇଲା ଆତଙ୍କ

author img

By

Published : Jan 15, 2022, 12:05 PM IST

ଖାଦ୍ୟ ଅନ୍ବେଷଣରେ ଆସି ମନ୍ଦିରରେ ପଶିବାକୁ ଉଦ୍ୟମ କଲେ ୩ ଭାଲୁ । ନବରଙ୍ଗପୁର ଶିବ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅଧିକ ପଢନ୍ତୁ

ମନ୍ଦିରରେ ଭାଲୁ ଆତଙ୍କ
ମନ୍ଦିରରେ ଭାଲୁ ଆତଙ୍କ

ନବରଙ୍ଗପୁର: ମନ୍ଦିର ପରିସରରେ ଭାଲୁ ଆତଙ୍କ । ମନ୍ଦିରରେ ଥିବା ପ୍ରସାଦ ଖାଇବାକୁ ଉଦ୍ୟମ କଲେ ଭାଲୁ । ଖାଦ୍ୟ ଅନ୍ବେଷଣରେ ଆସି ମନ୍ଦିରରେ ପଶିବାକୁ ଉଦ୍ୟମ କଲେ ୩ ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗାଁରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ । ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବା ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମନ୍ଦିରରେ ଭାଲୁ ଆତଙ୍କମନ୍ଦିରରେ ଭାଲୁ ଆତଙ୍କ

ସୂଚନାଅନୁୟାୟୀ ପ୍ରତ୍ୟେକ ଦିନ ରାତିରେ ଏହି ଭାଲୁ ମାନେ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଚାଲି ଆସୁଥିବାବେଳେ ଗତକାଲି ରାତିରେ ମଧ୍ୟ ଆସିଥିଲେ । ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଉଦ୍ୟମ କରୁଥିଲେ । ସେହି ସମୟର ଦୃଶ୍ୟକୁ ଗାଁର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ । ଗତକାଲି ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଥିବା ପୂଜା ପ୍ରସାଦରେ ଫଳ ରହିଥିଲା ଯାହାକୁ ଦେଖି ଭାଲୁ ମାନେ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରି ମନ୍ଦିର ଗେଟ ଉପରେ ମଧ୍ୟ ଚଢିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ଭାଲୁ କାହାର କିଛି କ୍ଷତି ନ ପହଞ୍ଚାଇ ଏଭଳି ପ୍ରତ୍ୟେକ ଦିନ ଆସନ୍ତି ପୁଣି ନିକଟସ୍ଥ ଜଙ୍ଗଲକୁ ଚାଲିଯାଆନ୍ତି । ଏହା ଇନ୍ଦ୍ରାବତୀ ଠାରୁ ନବରଙ୍ଗପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବାର ମୁଖ୍ୟ ଯାତାୟାତ ମାର୍ଗ ହୋଇଥିବାରୁ ରାସ୍ତା ଦେଇ ରାତିରେ ବି ଯାନବାହନ ଚଳାଚଳ ଜାରି ରହିଥାଏ କିନ୍ତୁ ଭାଲୁ ମାନେ କାହାର କିଛି ବି କ୍ଷତି କରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.